ଯୁବ ଶକ୍ତି ଦେଶର ଭବିଷ୍ୟତ ନୁହନ୍ତି ସେମାନେ ସବୁଠାରୁ ବଡ ଶକ୍ତି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୁଭାଷିତ ସେୟାର କରିଛନ୍ତି। ଅଗଷ୍ଟ ୧୨ ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ଯୁବପିଢ଼ିଙ୍କୁ ଦେଶର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି।

 ଯୁବବର୍ଗମାନଙ୍କ ପ୍ରୟାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ପୋଷ୍ଟରେ ଲେଖିଛନ୍ତି, ଆମର ଯୁବ ବନ୍ଧୁମାନେ କେବଳ ଦେଶର ଭବିଷ୍ୟତ ନୁହଁନ୍ତି, ବରଂ ବର୍ତ୍ତମାନର ସବୁଠାରୁ ବଡ଼ ଶକ୍ତି ମଧ୍ୟ। ସେମାନେ ନିଜର ସମ୍ବେଦନଶୀଳତା, ସେବା ମନୋଭାବ ଏବଂ ଶକ୍ତି ଦ୍ବାରା ସାରା ବିଶ୍ୱରେ ନିଜର ଭିନ୍ନ ପରିଚିତି ସୃଷ୍ଟି କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ଶ୍ଳୋକ ମଧ୍ୟ ପୋଷ୍ଟ କରିଛନ୍ତି, ‘ଚକ୍ଷୁଷା ମନସା ବାଚ କର୍ମଣା ଚ ଚତୁର୍ବିଦମ୍। ପ୍ରସାଦୟତି ୟୋ ଲୋକଂ ତଂ ଲୋକୋନୁପ୍ରସିଦତି। ଏହି ଶ୍ଳୋକର ହିନ୍ଦୀ ଅର୍ଥ ହେଉଛି, ଯେଉଁ ବ୍ୟକ୍ତି ନିଜର ଦୃଷ୍ଟି, ଚିନ୍ତାଧାରା, ବାଣୀ ଏବଂ କାର୍ଯ୍ୟ ଦ୍ୱାରା ଲୋକଙ୍କ ହୃଦୟ ଜିତିଥାଏ, ସେ ହିଁ ଲୋକଙ୍କର ବିଶ୍ୱାସ, ସମ୍ମାନ ଏବଂ ସଦ୍ଭାବନାର ପାତ୍ର ହୋଇଥାନ୍ତି।

Leave a Reply

Your email address will not be published. Required fields are marked *