ରାମ ମନ୍ଦିର ଟ୍ରଷ୍ଟ ବିବାଦ ମଧ୍ୟରେ ଚମ୍ପତ ରାୟଙ୍କ ନୂଆ ପଦକ୍ଷେପ, ଛାଡ଼ିଲେ ସାଂସାରିକ କାର୍ଯ୍ୟ

ରାମ ମନ୍ଦିର ଚଢ଼ାଉ ଟଙ୍କା ବିବାଦ ମଧ୍ୟରେ ଚମ୍ପତ ରାୟଙ୍କ ବଡ଼ ପଦକ୍ଷେପ । ଟ୍ରଷ୍ଟର ମହାସଚିବ ପଦରୁ ଇସ୍ତଫା ପରେ ଏବେ ଅଯୋଧ୍ୟାରେ ଆରମ୍ଭ କରିଛନ୍ତି ୪ ମାସର କଠିନ ଚାତୁର୍ମାସ ସାଧନା । ରାମ ମନ୍ତ୍ର ଜପ ଓ ରାମଚରିତମାନସ ପାଠରେ ବିତିବ ତାଙ୍କ ଦିନ । 

ରାମ ମନ୍ଦିର ଚଢ଼ାଉ ଟଙ୍କା ବିବାଦ ମଧ୍ୟରେ ଚମ୍ପତ ରାୟଙ୍କ ବଡ଼ ପଦକ୍ଷେପ । ଟ୍ରଷ୍ଟର ମହାସଚିବ ପଦରୁ ଇସ୍ତଫା ପରେ ଏବେ ଅଯୋଧ୍ୟାରେ ଆରମ୍ଭ କରିଛନ୍ତି ୪ ମାସର କଠିନ ଚାତୁର୍ମାସ ସାଧନା । ରାମ ମନ୍ତ୍ର ଜପ ଓ ରାମଚରିତମାନସ ପାଠରେ ବିତିବ ତାଙ୍କ ଦିନ ।  ଅଯୋଧ୍ୟା ରାମ ମନ୍ଦିର ସହ ଜଡ଼ିତ ଚଢ଼ାଉ ବିବାଦ ମଧ୍ୟରେ ଚର୍ଚ୍ଚାରେ ରହିଛନ୍ତି ଚମ୍ପତ ରାୟ । ଏହି ସମୟରେ ସେ ଆଧ୍ୟାତ୍ମିକ ମାର୍ଗକୁ ଆପଣାଇଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପୂର୍ବତନ ମହାସଚିବ ଚମ୍ପତ ରାୟ ଅଯୋଧ୍ୟା ସ୍ଥିତ ତୀର୍ଥ କ୍ଷେତ୍ର ଭବନରେ ଚାତୁର୍ମାସ ସାଧନା ଆରମ୍ଭ କରିଛନ୍ତି। ଦେବଶୟନୀ ଏକାଦଶୀରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଦେବୋତ୍ଥାନ ଏକାଦଶୀ ପର୍ଯ୍ୟନ୍ତ ଚାଲିବ ।

କୁହାଯାଉଛି, ଏହି ସମୟରେ ଚମ୍ପତ ରାୟ ଅଯୋଧ୍ୟା ବାହାରକୁ ଯିବେ ନାହିଁ । ସେ ନିୟମିତ ଭାବେ ରାମ ମନ୍ତ୍ର ଜପ, ରାମଚରିତମାନସ ପାଠ ଓ ଧ୍ୟାନରେ ସମୟ ବିତାଇବେ । ଦିନକୁ ପ୍ରାୟ ୬ ଘଣ୍ଟା ମୌନ ରହି ସାଧନା କରୁଥିବା ଖବର ମିଳିଛି । ଅନ୍ୟପଟେ ରାମ ମନ୍ଦିର ଚଢ଼ାଉ ଟଙ୍କା ସମ୍ବନ୍ଧୀୟ ବିବାଦର ତଦନ୍ତ ମଧ୍ୟ ଜାରି ରହିଛି । ଏହି ମାମଲାରେ ଏସ୍‌ଆଇଟି ତଦନ୍ତ ଚାଲିଥିବା ବେଳେ ଚମ୍ପତ ରାୟ ନୈତିକ ଦାୟିତ୍ୱ ନେଇ ପଦ ଛାଡ଼ିଥିବା ଖବର ଆସିଥିଲା । ଚମ୍ପତ ରାୟଙ୍କ ଏହି ଆଧ୍ୟାତ୍ମିକ ନିଷ୍ପତ୍ତିକୁ ନେଇ ଅଯୋଧ୍ୟାର ଧାର୍ମିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଅନେକ ସନ୍ତ ଓ ସମର୍ଥକ ତାଙ୍କ ସହ ଭେଟି ସମର୍ଥନ ଜଣାଇଥିବା ମଧ୍ୟ ଜଣାପଡ଼ିଛି ।  

Leave a Reply

Your email address will not be published. Required fields are marked *