ପାକିସ୍ତାନରେ ବଡ଼ ଆକ୍ରମଣ! ବଲୁଚ୍ ଆର୍ମୀ ଟାର୍ଗେଟ୍‌ରେ ପାକ୍ ସେନା, ୪୫ ଯବାନ ମୃତ ଦାବି

ବଲୁଚ୍ ଲିବରେସନ ଆର୍ମୀ ପାକିସ୍ତାନୀ ସେନାକୁ ଟାର୍ଗେଟ୍ କରିଛି । ବଲୁଚ୍ ଆର୍ମୀ ମସ୍ତୁଙ୍ଗ ଜିଲ୍ଲାର ଖଡକୋଚା ଅଞ୍ଚଳରେ ପାକ୍ ଯବାନଙ୍କୁ ଟାର୍ଗେଟ୍ କରିଛି । ଏଥିରେ ୪୫ରୁ ଅଧିକ ପାକ୍ ଯବାନ ପ୍ରାଣ ହରାଇଛନ୍ତି ।

ପାକିସ୍ତାନରେ ବଢୁଛି ଉତ୍ତେଜନା । ଦେଶରେ ସୁରକ୍ଷାକୁ ନେଇ ପ୍ରତିଦିନ ନୂଆ ନୂଆ ଚ୍ୟାଲେଞ୍ଜ୍ ସୃଷ୍ଟି । ଏହା ମଧ୍ୟରେ ବଲୁଚ୍ ଲିବରେସନ ଆର୍ମୀ ପାକିସ୍ତାନୀ ସେନାକୁ ଟାର୍ଗେଟ୍ କରିଛି । ବଲୁଚ୍ ଆର୍ମୀ ମସ୍ତୁଙ୍ଗ ଜିଲ୍ଲାର ଖଡକୋଚା ଅଞ୍ଚଳରେ ପାକ୍ ଯବାନଙ୍କୁ ଟାର୍ଗେଟ୍ କରିଛି । ଏଥିରେ ୪୫ରୁ ଅଧିକ ପାକ୍ ଯବାନ ପ୍ରାଣ ହରାଇଛନ୍ତି । ଏହାସହ ଅନେକ ଗୁରୁତର ହୋଇ ପଡିଛନ୍ତି । ବିଏଲଏର ପ୍ରବକ୍ତା କହିଛନ୍ତି ଯେ, ସଙ୍ଗଠନର ଫତେହ ସ୍କ୍ୱାଡ୍ ଏହି ଆକ୍ରମଣକୁ ଚୂଡାନ୍ତ ରୂପ ଦେଇଛି । ପାକିସ୍ତାନୀ ସେନାର ଯବାନମାନେ ଏକ ବସରେ ଯାଉଥିଲେ । ସେହି ସମୟରେ ଯବାନଙ୍କୁ ଟାର୍ଗେଟ୍ କରାଯାଇଥିଲା ।

ଯବାନଙ୍କ ବସ୍ ବ୍ୟତୀତ ସେମାନଙ୍କୁ ଏସକର୍ଟ କରି ନେଉଥିବା ଅନ୍ୟ ଏକ ଗାଡ଼ିକୁ ମଧ୍ୟ ଟାର୍ଗେଟ୍ କରାଯାଇଛି । ଉଭୟ ପକ୍ଷ ମଧ୍ୟରେ ଦୀର୍ଘଦିନ ଧରି ମୁହାଁମୁହିଁ ସ୍ଥିତି ଜାରି ରହିଛି । ତେବେ ବିଏଲଏର କାର୍ଯ୍ୟାନୁଷ୍ଠାନରେ ୪୫ ଜଣ ପାକ୍ ଯବାନ ନିହତ ହୋଇଛନ୍ତି । ଆହୁରି ଅନେକ ଆହତ ହୋଇଛନ୍ତି । କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆଗକୁ ମୃତକଙ୍କ ସଂଖ୍ୟା ଅଧିକ ବଢିପାରେ । ଅନ୍ୟପଟେ ପାକିସ୍ତାନୀ ସେନା କିମ୍ବା ସରକାର ଏହାକୁ ନେଇ କିଛି ପ୍ରତିକ୍ରିୟା ଦେଇନାହାନ୍ତି । ନିକଟରେ ବିଏଲଏ ପାକ୍ ସେନା, ଅର୍ଧ ସାମରିକ ବାହିନୀ ତଥା ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟକୁ ଟାର୍ଗେଟ୍ କରିଥିଲା । ଯେଉଁଥିରେ ଉଭୟ ପକ୍ଷର ଅନେକ ମୃତାହତ ହୋଇଥିଲେ । 

Leave a Reply

Your email address will not be published. Required fields are marked *