ଅନବସରର ଶେଷ ପର୍ଯ୍ୟାୟରେ ଶ୍ରୀଜିଉ , ଆଜି ଚାଲିଛି ଗୁପ୍ତ ଘଣାଲାଗି ଓ ଖଳିଲାଗି ନୀତି

ଆଜି ଅନବସରର ପଞ୍ଚଦଶ ଦିନ । ଚତୁର୍ଦ୍ଦଶୀ ତିଥି । ଗତକାଲି ବିଳମ୍ବିତ ରାତ୍ରିରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଗୁପ୍ତ ଘଣା ଲାଗି ନୀତି।ଆଜି ମଧ୍ୟ ଜାରି ରହିବ ଘଣା ଲାଗି ନୀତି ।ସେପଟେ ଜ୍ବରରୁ ଉଠିଥିବା ମହାପ୍ରଭୁଙ୍କ ଶରୀରକୁ ବଜ୍ର କରିବାକୁ ଶୁଦ୍ଧସୁଆର ସେବକଙ୍କ ଘରୁ ଆସିବ ଦିବ୍ୟ ପ୍ରଲେପ ।

ଆଜି ଅନବସରର ପଞ୍ଚଦଶ ଦିନ । ଚତୁର୍ଦ୍ଦଶୀ ତିଥି । ଗତକାଲି ବିଳମ୍ବିତ ରାତ୍ରିରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଗୁପ୍ତ ଘଣା ଲାଗି ନୀତି।ଆଜି ମଧ୍ୟ ଜାରି ରହିବ ଘଣା ଲାଗି ନୀତି ।ସେପଟେ ଜ୍ବରରୁ ଉଠିଥିବା ମହାପ୍ରଭୁଙ୍କ ଶରୀରକୁ ବଜ୍ର କରିବାକୁ ଶୁଦ୍ଧସୁଆର ସେବକଙ୍କ ଘରୁ ଆସିବ ଦିବ୍ୟ ପ୍ରଲେପ । ଏହି ପ୍ରଲେପ ହେଉଛି ଖଳି ଲାଗି ନୀତି । ଘଣ୍ଟ,ଛତା,କାହାଳୀ ସହ ଖଳି ପ୍ରସାଦ ବିଜେ ହେବ।ରୂପା ପିଙ୍ଗଣରେ ରଖି ଦଇତାପତି ସେବକମାନେ ଶ୍ରୀଅଙ୍ଗ ରେ ଲାଗି କରିବେ।ଏହାର ପୂର୍ବରୁ ଗୋପନ ସେବାରେ ବସ୍ତ୍ର ଆବରଣ କରିବେ ମହାପ୍ରଭୁ ।

ତେବେ ଆଜି ମଧ୍ୟ ମହାପ୍ରଭୁଙ୍କ ବନକ ଲାଗି ନୀତି ରହିଛି ।ଦତ୍ତ ମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ବା ବନକ ଲାଗି ନୀତି କରିବେ । ଅନ୍ୟପଟରେ ଦତ୍ତ ମହାପାତ୍ରଙ୍କ ଘରୁ ଖଡ଼ି ପ୍ରସାଦ ଆସିବା ସହ ଖଳି ଲାଗି ହୋଇ ଶ୍ରୀନଅରକୁ ବିଜେ କରିବ ଖଡ଼ିପ୍ରସାଦ । ଆସନ୍ତାକାଲି ଅମାବାସ୍ୟା ତିଥିରେ ନବଯୌବନ ଦର୍ଶନ ଦେବେ ମହାପ୍ରଭୁ କାଳିଆ ସାଆନ୍ତ ।

Leave a Reply

Your email address will not be published. Required fields are marked *