ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ , ଆଜି ହେବ ଚକାବିଜେ ନୀତି

ଅଣସର ଘରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଅସୁସ୍ଥତା ପରେ ଚାଲିଥିବା ଗୁପ୍ତ ନୀତିକାନ୍ତି ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚକାବିଜେ ନୀତି । ସ୍ନାନ ପୂର୍ଣ୍ଣିମା ପରେ ଅଣସର ଘରେ ରହି ଚିକିତ୍ସା ନୀତି ଗ୍ରହଣ କରୁଛନ୍ତି ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ।

ଅଣସର ଘରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଅସୁସ୍ଥତା ପରେ ଚାଲିଥିବା ଗୁପ୍ତ ନୀତିକାନ୍ତି ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚକାବିଜେ ନୀତି । ସ୍ନାନ ପୂର୍ଣ୍ଣିମା ପରେ ଅଣସର ଘରେ ରହି ଚିକିତ୍ସା ନୀତି ଗ୍ରହଣ କରୁଛନ୍ତି ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ପରମ୍ପରା ଅନୁଯାୟୀ, ଏହି ସମୟରେ ଶ୍ରୀଜିଉଙ୍କୁ ବିଭିନ୍ନ ଔଷଧୀୟ ଉପଚାର କରାଯାଉଛି । 

ଆଜି ଚକାବିଜେ ନୀତି ସମ୍ପନ୍ନ ହେବା ସହ ଶ୍ରୀମନ୍ଦିରକୁ ଆସିବ ଦଶମୂଳ ମୋଦକ । ଏହି ଔଷଧୀୟ ମୋଦକ ମହାପ୍ରଭୁଙ୍କୁ ଲାଗି କରାଯିବ । ପରମ୍ପରା ଅନୁସାରେ, ଦଶମୂଳ ମୋଦକ ସେବନ ପରେ ଶ୍ରୀଜିଉ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି । ଏହା ପରେ ନବଯୌବନ ଦର୍ଶନ ଓ ପରବର୍ତ୍ତୀ ନୀତିକାନ୍ତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଶ୍ରୀଜିଉଙ୍କ ଏହି ଅଣସର ନୀତିକୁ ନେଇ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ରହିଛି ଅପାର ଶ୍ରଦ୍ଧା ଓ ଉତ୍ସାହ ।

Leave a Reply

Your email address will not be published. Required fields are marked *