କେତେହବ ବୁଲେଟ୍ ଟ୍ରେନର ଭଡା ? ଉଡାଜାହାଜ ତୁଳନାରେ କମ ନା ଅଧିକ

ଦେଶର ପ୍ରଥମ ବୁଲେଟ ଟ୍ରେନ ମୁମ୍ୱାଇ – ଅହମ୍ମଦାବାଦ ହାଇସ୍ପିଡ ରେଳ କରିଡୋର ର ପ୍ରଥମ ପର୍ଯ୍ୟାୟ ଆସନ୍ତାବର୍ଷ  ସୁରତରୁ ବିଲୋମୋରା ଯାଏଁ ଆରମ୍ଭ ହୋଇଯିବ । ଏହି ବୁଲେଟ ଟ୍ରେନର ଭଡାକୁ ନେଇ ଲୋକଙ୍କ ଆଗ୍ରହ ଦେଖାଯାଇଛି । ରେଳ ମନ୍ତ୍ରାଳୟ ଏବଂ ନ୍ୟାସନାଲ ହାଇସ୍ପିଡ ରେଳ କର୍ପୋରେଶନ (ଏନ ଏଚ ଏସ ଆର ସି ଏଲ ) ମଧ୍ୟ ଏହି କାର୍ୟ୍ୟରେ ବ୍ୟସ୍ତ ରହିଛି । ମୁମ୍ବାଇରୁ ଅହମ୍ମଦାବାଦ ୫୦୮ କିମି ର ଇକୋନୋମି କ୍ଲାସରେ ଯାତ୍ରା ପାଇଁ ସର୍ବାଧିକ ଭଡା ପ୍ରାୟ ୩୦୦୦ ଟଙ୍କା ହୋଇଥିବା ବେଳେ  ବିଜନେଷ କ୍ଲାସରେ ଯାତ୍ରା ପାଇଁ ସର୍ବାଧିକ ଭଡା ପ୍ରାୟ ୪୦୦୦ ରୁ ୪୫୦୦ ଟଙ୍କା ଯାଏଁ ହୋଇପାରେ ବୋଲି ଆଶା ରଖାଯାଇଛି ।

ସାରା ଦେଶବାସୀ ଅନେକ ବର୍ଷ ହେବ ବୁଲେଟ୍ ଟ୍ରେନକୁ ଅପେକ୍ଷା କରିଛନ୍ତି । ଏନଡିଏ ସରକାର ଦେଶରେ ବୁଲେଟ୍ ଟ୍ରେନ ଚଳାଇବାକୁ ଘୋଷଣା କରିବା ପରେ ଏହାକୁ ନେଇ ଅନେକ ଆଲୋଚନା ବି ହେଉଛି । ଯେମିତି କି ଏହି ଟ୍ରେନର ରୂପରେଖ କିଭଳି ହେବ । ଘଣ୍ଟା ପ୍ରତି କେତେ କିଲୋମିଟର ବେଗରେ ଚାଲିବ । ସବୁପରେ ଏହି ଟ୍ରେନରେ ଭଡ଼ା କିଭଳି ରହିବ । ଏକ୍ସପ୍ରେସ ଟ୍ରେନ୍ ଭଳି ଭଡ଼ା ରହିବ, ନା ବିମାନ ଭଡ଼ା ଭଳି ଭଡ଼ା ଲାଗିବ ତାକୁ ନେଇ ଅନେକ ଆଲୋଚନା ହେଉଛି । ଏହାରି ଭିତରେ ଏକ ବଡ଼ ଖବର ଆସିଛି ବୁଲେଟ୍ ଟ୍ରେନର ଭଡ଼ା ବାବଦକୁ ନେଇ । 

ମୁମ୍ୱାଇ – ଅହମ୍ମଦାବାଦ ବୁଲେଟ୍ ଟ୍ରେନ ର ପ୍ରଥମ ପର୍ୟାୟ ୧୫ ଅଗଷ୍ଟ ୨୦୨୭ରୁ ଆରମ୍ଭ ହେବ । ଏହାର ଭଡାକୁ ନେଇ ମଧ୍ୟ ଲୋକଙ୍କ ମନରେ ଗୁଞ୍ଜରଣ ଶୃଷ୍ଟି ହୋଇଛି । ବୁଲେଟ୍ ଟ୍ରେନ ର ଭଡା , ଟ୍ରେନ ର ଏସିକୋଚ ଏବଂ ଫ୍ଲାଇଟ ର ଟିକଟ ଅପେକ୍ଷା କମ ହେବ କି ବେଶି ଏହା ଏବେ ଅସ୍ପଷ୍ଚ ରହିଛି । 

ଦେଶର ପ୍ରଥମ ବୁଲେଟ ଟ୍ରେନ ମୁମ୍ୱାଇ – ଅହମ୍ମଦାବାଦ ହାଇସ୍ପିଡ ରେଳ କରିଡୋର ର ପ୍ରଥମ ପର୍ଯ୍ୟାୟ ଆସନ୍ତାବର୍ଷ  ସୁରତରୁ ବିଲୋମୋରା ଯାଏଁ ଆରମ୍ଭ ହୋଇଯିବ । ଏହି ବୁଲେଟ ଟ୍ରେନର ଭଡାକୁ ନେଇ ଲୋକଙ୍କ ଆଗ୍ରହ ଦେଖାଯାଇଛି । ରେଳ ମନ୍ତ୍ରାଳୟ ଏବଂ ନ୍ୟାସନାଲ ହାଇସ୍ପିଡ ରେଳ କର୍ପୋରେଶନ (ଏନ ଏଚ ଏସ ଆର ସି ଏଲ ) ମଧ୍ୟ ଏହି କାର୍ୟ୍ୟରେ ବ୍ୟସ୍ତ ରହିଛି । ମୁମ୍ବାଇରୁ ଅହମ୍ମଦାବାଦ ୫୦୮ କିମି ର ଇକୋନୋମି କ୍ଲାସରେ ଯାତ୍ରା ପାଇଁ ସର୍ବାଧିକ ଭଡା ପ୍ରାୟ ୩୦୦୦ ଟଙ୍କା ହୋଇଥିବା ବେଳେ  ବିଜନେଷ କ୍ଲାସରେ ଯାତ୍ରା ପାଇଁ ସର୍ବାଧିକ ଭଡା ପ୍ରାୟ ୪୦୦୦ ରୁ ୪୫୦୦ ଟଙ୍କା ଯାଏଁ ହୋଇପାରେ ବୋଲି ଆଶା ରଖାଯାଇଛି ।

 ଏହି ପରିପ୍ରେକ୍ଷିରେ କମ୍ପାନିର  କହିବା କଥା କି ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟର ଯାତାୟାତ ଖର୍ଚ୍ଚ ପ୍ରାୟ ୩୦୦୦ ଟଙ୍କା ଧାର୍ୟ୍ୟ ହୋଇଥିବା ବେଳେ ଏହି ପ୍ରୋଜେକ୍ଚର ମୁଲ୍ୟ ଲଗାତାର ବଢି ଦୁଇଗୁଣା ହୋଇଯାଇଥିବା ବେଳେ ବର୍ତ୍ତମାନ ଟିକଟର ମୂଲ୍ୟ ୬୦୦୦ ରୁ ୭୦୦୦ ଯାଏଁ ବଢିବାର ଆଶଙ୍କା  ଦେଖାଯାଉଛି । ଏହା ସାଧାରଣ  ଟ୍ରେନର ଏସି କୋଚ ଠାରୁ ଦେଢଗୁଣା ମହଙ୍ଗା ହୋଇଥିବା ବେଳେ ଫ୍ଲାଇଟ ଟିକଟ ଠାରୁ ଶସ୍ତା  ରହିଛି । ଏନ ଏଚ ଏସ ଆର ସି ଏଲ ର ‘ଡି ପି ଆର’ ରେ ବୁଲେଟ ଟ୍ରେନର ଭଡା ମୁମ୍ୱାଇ – ଅହମ୍ମଦାବାଦ ଦୂରନ୍ତ  ଏକ୍ସୁପ୍ରେସର ପ୍ରଥମ ଶ୍ରେଣୀ ଏସି କୋଚର ଭଡାର ଦୁଇଗୁଣ ରଖିବାର ପ୍ରସ୍ତାବ ଆସିଛି । ବର୍ତ୍ତମାନର ହିସାବ ଅନୁସାରେ ମୁମ୍ୱାଇ – ଅହମ୍ମଦାବାଦ ଦୁରୋନ୍ତ ଏକ୍ସୁପ୍ରେସର ପ୍ରଥମ ଶ୍ରେଣୀ ଏସି କୋଚର ଭଡା ୨୨୫୦ ହୋଇଥାଏ ତଥା ଏହାର ଦୁଇଗୁଣା ପ୍ରାୟ ୩୩୦୦ ଟଙ୍କା ହେବ ବୋଲି ଆଶା କରାଯାଉଛି । ଆଗରୁ ଦୂରନ୍ତ  ଏକ୍ସୁପ୍ରେସରେ ମୁମ୍ୱାଇରୁ  ଅହମ୍ମଦାବାଦ ଯିବାପାଇଁ ୬ ଘଣ୍ଟା ସମୟ ଲାଗୁଥିବା ବେଳେ ମୁମ୍ୱାଇ – ଅହମ୍ମଦାବାଦ ବୁଲେଟ୍ ଟ୍ରେନରେ ପ୍ରାୟ ୨ ଘଣ୍ଟା ସମୟ ଲାଗିବ । ରେଳମନ୍ତ୍ରୀ ଅଶ୍ନିନୀ ବୈଷ୍ଣବ ଘୋଷଣା କରିଛନ୍ତି କି ଏହି ଟିକଟର ଭଡା ମଧ୍ୟବିର୍ତ୍ତ ପରିବାର କୁ ଆକ୍ଷିରେ ରଖି ସ୍ଥିର କରାଯିବ, ଯାହାଦ୍ୱାରା  ସାଧାରଣ ଜନତା ମଧ୍ୟ ଏହି ସୁଯୋଗର ଲାଭ ଉଠାଇ ପାରିବେ । 

Leave a Reply

Your email address will not be published. Required fields are marked *