ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କରିଥିବା ପୁଣି ଥରେ ଟ୍ରମ୍ପଙ୍କ ଦାବି

ଟ୍ରମ୍ପ କହିଛନ୍ତି, ଭାରତ-ପାକିସ୍ତାନ ସଂଘର୍ଷରେ ୧୧ଟି ବିମାନ କ୍ଷତିଗ୍ରସ୍ତ ହୋଇଥିବାବେଳେ ପରମାଣୁ ଯୁଦ୍ଧ ହେବାର ଆଶଙ୍କା ରହିଥିଲା । ତାଙ୍କ ଯୋଗୁ ଅସ୍ତ୍ରବିରତି ହୋଇଥିଲା ଓ ଲକ୍ଷ ଲକ୍ଷ ଲୋକ ସମ୍ଭାବ୍ୟ ପରମାଣୁ ଯୁଦ୍ଧରୁ ବର୍ତ୍ତିଗଲେ । ତେଣୁ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ହକଦାର୍ ବୋଲି କହିଥିଲେ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରି ଅସ୍ତ୍ରବିରତି କରାଇଥିବା ଦାବି କରିଛନ୍ତି । ଟ୍ରମ୍ପ କହିଛନ୍ତି, ଭାରତ-ପାକିସ୍ତାନ ସଂଘର୍ଷରେ ୧୧ଟି ବିମାନ କ୍ଷତିଗ୍ରସ୍ତ ହୋଇଥିବାବେଳେ ପରମାଣୁ ଯୁଦ୍ଧ ହେବାର ଆଶଙ୍କା ରହିଥିଲା । ତାଙ୍କ ଯୋଗୁ ଅସ୍ତ୍ରବିରତି ହୋଇଥିଲା ଓ ଲକ୍ଷ ଲକ୍ଷ ଲୋକ ସମ୍ଭାବ୍ୟ ପରମାଣୁ ଯୁଦ୍ଧରୁ ବର୍ତ୍ତିଗଲେ । ତେଣୁ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ହକଦାର୍ ବୋଲି କହିଥିଲେ ।

ଏହା ପ୍ରଥମ ଥର ନୁହେଁ, ଟ୍ରମ୍ପ ବାରମ୍ବାର ଦୁଇ ପରମାଣୁ ଅସ୍ତ୍ରସମ୍ପନ୍ନ ରାଷ୍ଟ୍ରଙ୍କ ମଧ୍ୟରେ ଯୁଦ୍ଧ ବନ୍ଦ କରିବାର ଶ୍ରେୟ ନେଇଆସୁଛନ୍ତି । ୨୦୦% ଶୁଳ୍କ ବୃଦ୍ଧି ଧମକ ଦେଇ ସେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ କରିଥିବା କହିଛନ୍ତି। ତେବେ ଟ୍ରମ୍ପଙ୍କ ଦାବିକୁ ଭାରତ ବାରମ୍ବାର ପ୍ରତ୍ୟାଖ୍ୟାନ କରିଆସିଛି । ବ୍ରିଟେନରେ ଆର୍‌ଏଏଫ୍‌ ମିଲଡେନହଲରେ ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଥିଲେ, ଭାରତ ଓ ପାକିସ୍ତାନ ମଧ୍ୟରେ ଜୋରଦାର ଯୁଦ୍ଧ ହୋଇଥିଲା । ଯୁଦ୍ଧ ଗୋଟିଏ ସପ୍ତାହ ବିତିଗଲା, ଏଗାର ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା ଓ ସେହି ଯୁଦ୍ଧ ପରମାଣୁ ରୂପ ନେବାକୁ ଯାଉଥିଲା । ଯୁଦ୍ଧ ବନ୍ଦ କରିବାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ତାଙ୍କୁ ପ୍ରଶଂସା କରିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ଆହୁରି କହିଛନ୍ତି, ସେ ଆଜରବୈଜାନ ଓ ଆର୍ମେନିଆ, କଙ୍ଗୋ ଓ ରୁୱାଣ୍ଡା ମଧ୍ୟରେ ଯୁଦ୍ଧ ପରି ୮ଟି ଯୁଦ୍ଧ ବନ୍ଦ କରିଥିବା ଦାବି କରିଛନ୍ତି ।

ଭେନେଜୁଏଲାର ବିରୋଧୀ ନେତା ମାରିଆ କୋରିନା ମାଚାଡୋଙ୍କ ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେବା ସମୟରେ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଥିଲେ। ସେ ମାଚାଡୋଙ୍କୁ ଜଣେ ଚମତ୍କାର ବ୍ୟକ୍ତି ଭାବରେ ବର୍ଣ୍ଣନା କରିଥିଲେ। ନୋବେଲ ଶାନ୍ତି ପୁରସ୍କାର ପ୍ରସଙ୍ଗରେ ଟ୍ରମ୍ପ କହିଥିଲେ, ମାଚାଡୋ ସର୍ବସାଧାରଣରେ ଅନ୍ତର୍ଜାତିକ ସ୍ତରରେ ଯୁଦ୍ଧ ବନ୍ଦ କରିବା ନେଇ ତାଙ୍କୁ ପ୍ରଶଂସା କରିଥିଲେ। ଟ୍ରମ୍ପ କହିଛନ୍ତି, ନୋବେଲ ଶାନ୍ତି ପୁରସ୍କାର ଜିତିବାକୁ ସେ ସବୁଠୁ ଉପଯୁକ୍ତ ବ୍ୟକ୍ତି। ତାଙ୍କ ପରି ଅନ୍ୟ କେହି ୮ଟି ଯୁଦ୍ଧ ବନ୍ଦ କରିନାହାନ୍ତି । 

Leave a Reply

Your email address will not be published. Required fields are marked *