ବସ୍ ଧକ୍କାରେ ସ୍କୁଲ ଛାତ୍ର ମୃତ , ବରଗଡ଼ରେ ଶୋକର ଛାୟା

ବରଗଡ଼ ସହରର ଘରୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା । ବସ୍ ଧକ୍କାରେ ଗୁରୁତର ଆହତ ହୋଇଥିବା ରୋନକଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସବୁଦିନ ଭଳି ସ୍କୁଲ ଯିବା ପାଇଁ ଘରୁ ବାହାରିଥିଲେ ରୋନକ । ହେଲେ ଜାଣିନଥିଲେ ଏହି ଯାତ୍ରା ତାଙ୍କ ଜୀବନର ଶେଷ ଯାତ୍ରା ହୋଇଯିବ । ବରଗଡ଼ ସହରର ଘରୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା । ବସ୍ ଧକ୍କାରେ ଗୁରୁତର ଆହତ ହୋଇଥିବା ରୋନକଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 ଘଟଣା ପରେ ପରିବାର ଲୋକଙ୍କ ମଧ୍ୟରେ ଶୋକର ମାହୋଲ ସୃଷ୍ଟି ହୋଇଛି । ଜଣେ କୁନି ଛାତ୍ରଙ୍କ ଏଭଳି ଅକାଳ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଦୁଃଖ ପ୍ରକାଶ ପାଇଛି । ଅନ୍ୟପଟେ ଦୁର୍ଘଟଣା ସମ୍ପର୍କରେ ପୁଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର କାରଣ ଓ ବସ୍‌ ଚାଳକଙ୍କ ଭୂମିକା ନେଇ ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *