ଆଗେଇଲା ସହ ଆୟୋଜକ ମେକ୍ସିକୋ : ଗୋଲ୍‌ କରିବାକୁ କଡ଼ା ସଂଘର୍ଷ

ମେକ୍ସିକୋ ସିଟି ସହ ଆୟୋଜକ ମେକ୍ସିକୋ  ଚଳିତ ବିଶ୍ବକପ୍ ରେ  ନିଜର ବିଜୟ ଅଭିଯାନ ଜାରି ରଖି ପ୍ରିକ୍ବାର୍ଟରଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି। ଗ୍ରୁପ୍‌ ପର୍ଯ୍ୟାୟରେ ୩ରୁ ୩ ଜିିତିଥିବା ମେକ୍ସିକା ବୁଧବାର ରାଉଣ୍ଡ-୩୨ ମୁକବାିଲାରେ ୨-୦ ଗୋଲ୍‌ରେ ଇକ୍ବେଡରକୁ ମାତ୍‌ ନିଜ ଘରୋଇ ପଡ଼ିଆରେ ଦବ୍‌ଦବା ଜାରି ରଖିଛି।

ମେକ୍ସିକୋ ସିଟି ସହ ଆୟୋଜକ ମେକ୍ସିକୋ  ଚଳିତ ବିଶ୍ବକପ୍ ରେ  ନିଜର ବିଜୟ ଅଭିଯାନ ଜାରି ରଖି ପ୍ରିକ୍ବାର୍ଟରଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି । ଗ୍ରୁପ୍‌ ପର୍ଯ୍ୟାୟରେ ୩ରୁ ୩ ଜିିତିଥିବା ମେକ୍ସିକା ବୁଧବାର ରାଉଣ୍ଡ-୩୨ ମୁକବାିଲାରେ ୨-୦ ଗୋଲ୍‌ରେ ଇକ୍ବେଡରକୁ ମାତ୍‌ ନିଜ ଘରୋଇ ପଡ଼ିଆରେ ଦବ୍‌ଦବା ଜାରି ରଖିଛି।
ପାଗ ଖରାପ ଯୋଗୁଁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ  ଜାଭିଅର୍‌ ଆଗୁଇରେଙ୍କ ଦଳ ଜୁଲିଆନ୍‌ କ୍ବିନୋନେସ୍‌ ଓ ରାଉଲ ଜିମେନେଜଙ୍କ ଗୋଲ୍‌ରେ ସହଜ ବିଜୟ ପାଇଥିଲା। ଦୁଇଟି ଯାକ ଗୋଲ୍‌ରେ କ୍ବିନୋନେସ୍‌ଙ୍କ ଅବଦାନ ରହିଥିଲା ।

୨୨ତମ ମିନିଟ୍‌ରେ ରୋବୋର୍ଟ ଅଲ୍‌ଭାର୍ଡୋଙ୍କ ପାସ୍‌କୁ ସେ ଗୋଲ୍‌ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହାପରେ ୩୧ତମ ମିନିଟ୍‌ରେ ତାଙ୍କ ପାସ୍‌ରେ ଜିମେନେଜ ଗୋଲ୍‌ କରିବାରୁ ଘରୋଇ ଦଳ ପ୍ରଥମାର୍ଦ୍ଧକୁ ୨-୦ରେ ନିଜ ପକ୍ଷରେ ରଖିଥିଲା।
ଗୋଲ୍‌ କରିବାକୁ କଡ଼ା ସଂଘର୍ଷ

ତୀୟାର୍ଦ୍ଧ ଉଭୟ ଦଳ ଗୋଲ୍  କରିବାକୁ କଡ଼ା ସଂଘର୍ଷ କରିଥିଲେ ମଧ୍ୟ ଗୋଲ୍‌ ଦେବାରେ ସଫଳ ନ ହେବାରୁ ଘରୋଇ ଦର୍ଶକଙ୍କ ସମ୍ମୁଖରେ ମେକ୍ସିକୋ ୨-୦ରେ ବିଜୟ ବାନା ଉଡ଼ାଇଥିଲା। ଅନ୍ୟପକ୍ଷରେ ଏହି ପରାଜୟ ସହ ଶେଷ ଇନ୍‌ଜୁରି ସମୟରେ ଇକ୍ବେଡରର ପିଓର୍‌ ହିନ୍‌କାପି (୯୦+୫ ମିନିଟ୍‌) ରେଡ୍‌କାର୍ଡ ପାଇ ପଡ଼ିଆରୁ ବିଦା ହେବା ଦଳର ଦୁଃଖକୁ ଦ୍ବିଗୁଣିତ କରିଥିଲା।

Leave a Reply

Your email address will not be published. Required fields are marked *