ମହାରାଷ୍ଟ୍ର ରାଜନୀତିରେ ପୁଣି ବଡ଼ ହଲଚଲ । ଶିବସେନା ଉଦ୍ଧବ ବାଲସାହେବ ଠାକରେ ଗୋଷ୍ଠୀର ବଢୁଛି ଟେନସନ । ପାର୍ଟି ମୁଖ୍ୟ ଉଦ୍ଧବ ଠାକରେ ମୁମ୍ବାଇ ସ୍ଥିତ ନିଜ ଘର ମାତେଶ୍ରୀରେ ପାର୍ଟିର ସବୁ ସାଂସଦଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଓ ଜରୁରୀ ବୈଠକ ଡାକିଥିଲେ ।

ମହାରାଷ୍ଟ୍ର ରାଜନୀତିରେ ପୁଣି ବଡ଼ ହଲଚଲ । ଶିବସେନା ଉଦ୍ଧବ ବାଲସାହେବ ଠାକରେ ଗୋଷ୍ଠୀର ବଢୁଛି ଟେନସନ । ପାର୍ଟି ମୁଖ୍ୟ ଉଦ୍ଧବ ଠାକରେ ମୁମ୍ବାଇ ସ୍ଥିତ ନିଜ ଘର ମାତେଶ୍ରୀରେ ପାର୍ଟିର ସବୁ ସାଂସଦଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଓ ଜରୁରୀ ବୈଠକ ଡାକିଥିଲେ । ଏଥିରେ ୯ ସାଂସଦଙ୍କ ମଧ୍ୟରୁ ୫ ସାଂସଦ ଅନୁପସ୍ଥିତ ଥିଲେ । ଏହି ଘଟଣା ପରେ ମହାରାଷ୍ଟ୍ର ରାଜନୀତିରେ ଅପରେସନ ଟାଇଗର ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ଅନୁସାରେ, ଉଦ୍ଧବ ଠାକରେ ଦିଲ୍ଲୀରେ ଥିବା ନିଜର ସବୁ ସାଂସଦଙ୍କୁ ତୁରନ୍ତ ମୁମ୍ବାଇ ପହଁଞ୍ଚିବାକୁ ନିର୍ଦେଶ ଦେଇଥିଲେ ।
ଏହି ବୈଠକ ମଧ୍ୟାହ୍ନ ସାଢେ ୧୨ଟା ବେଳେ ‘ମାତେଶ୍ରୀ’ରେ ଆୟୋଜିତ ହୋଇଥିଲା । ଆଗାମୀ ରାଜନୈତିକ ପରିସ୍ଥିତି ଓ ସଂସଦଙ୍କ ଆଗାମୀ ଅଧିବେଶନକୁ ନେଇ ରଣନୀତି ତିଆରି କରିବା ପାଇଁ ଏହି ବୈଠକ ଡକାଯାଇଥିଲା । କିନ୍ତୁ ବୈଠକରେ ୫ ସାଂସଦ ପହଞ୍ଚିନଥିଲେ । ଏହାକୁ ନେଇ ଉଦ୍ଧବ ଠାକରେ ଅସନ୍ତୋଷ ପ୍ରକାଶ କରିବା ସହ ଯିଏ ଯିଏ ଦଳ ଛାଡି ଯିବାକୁ ଚାହୁଁଛନ୍ତି ଯାଇପାରିବେ । କିନ୍ତୁ ସେମାନେ ମନେ ରଖିବା ଦରକାର ମୋର ବି ଦିନେ ସମୟ ଆସିବ । ଏବେ ମୋର ସମୟ ଖରାପ ଚାଲିଛି, ଯିଏ ଯାହା ଚାହୁଁଛ କର ବୋଲି ଉଦ୍ଧବ ଠାକେ କହିଛନ୍ତି । ଯେଉଁମାନେ ଶିବସେନା ଛାଡୁଛନ୍ତି, ସେମାନେ ନିଶ୍ଚିତ ପଶ୍ଚାତାପ କରିବେ ବୋଲି କହିଛନ୍ତି ଉଦ୍ଧବ ।
