ଇସ୍ରାଏଲୀ ଗଣମାଧ୍ୟମ ହାରେଜ୍ ଅନୁଯାୟୀ, ଗଭିର ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମେରିକାର ମିଆମି ଯାତ୍ରା କରିବାକୁ ଯୋଜନା କରିଥିଲେ, କିନ୍ତୁ ଆମେରିକା ଦୂତାବାସରୁ ଭିସା କ୍ଲିୟରାନ୍ସ ଅଭାବରୁ ସେ ତାଙ୍କ ଯାତ୍ରା ବାତିଲ କରିଛନ୍ତି ।
ଇସ୍ରାଏଲକୁ ଆମେରିକା ଆଉ ଏକ ବଡ଼ ଝଟକା ଦେଇଛି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ବେନ୍ ଗଭିରଙ୍କୁ ଆମେରିକା ଭିସା ଦେବାକୁ ମନା କରାଯାଇଛି । ଇସ୍ରାଏଲୀ ଗଣମାଧ୍ୟମ ହାରେଜ୍ ଅନୁଯାୟୀ, ଗଭିର ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମେରିକାର ମିଆମି ଯାତ୍ରା କରିବାକୁ ଯୋଜନା କରିଥିଲେ, କିନ୍ତୁ ଆମେରିକା ଦୂତାବାସରୁ ଭିସା କ୍ଲିୟରାନ୍ସ ଅଭାବରୁ ସେ ତାଙ୍କ ଯାତ୍ରା ବାତିଲ କରିଛନ୍ତି ।
ରିପୋର୍ଟ ଅନୁଯାୟୀ ସୋମବାର ଦିନ ଗଭିର ତେଲ ଅଭିଭରେ ଥିବା ଆମେରିକୀୟ ଦୂତାବାସ ସହିତ ଭିସା ପାଇଁ ଯୋଗାଯୋଗ କରିଥିଲେ। ଦୂତାବାସର ଅଧିକାରୀମାନେ ତାଙ୍କୁ ବ୍ୟକ୍ତିଗତ ଭାବରେ ସେମାନଙ୍କ କାର୍ଯ୍ୟାଳୟକୁ ଆସିବାକୁ କହିଥିଲେ। ଦୂତାବାସ ବ୍ୟାଖ୍ୟା କରିଥିଲା ଯେ, ଗଭିରଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ଅଛି। ତେଣୁ ବାୟୋମେଟ୍ରିକ୍ ତଥ୍ୟ ପ୍ରଦାନ କରିବା ଜରୁରୀ। ଯେତେବେଳେ ବେନ୍ ଗଭିର ଦୂତାବାସରେ ବ୍ୟକ୍ତିଗତ ଭାବରେ ଉପସ୍ଥିତ ହୋଇ ବାୟୋମେଟ୍ରିକ୍ ତଥ୍ୟ ପ୍ରଦାନ କରିବାକୁ ମନା କରିଦେଲେ, ସେତେବେଳେ ଆମେରିକା ଦୂତାବାସ ତାଙ୍କୁ ଭିସା ନ ଦେବାକୁ ନିଷ୍ପତ୍ତି ନେଇଥିଲା, ଯାହା ପରେ ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ଗସ୍ତ ବାତିଲ କରିଥିଲେ ।
ଜେରୁସାଲେମ ପୋଷ୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ ଆମେରିକାର ଦୂତାବାସ ଜଣେ ଇସ୍ରାଏଲୀ ମନ୍ତ୍ରୀଙ୍କ ସହ ଏପରି ବ୍ୟବହାର କରିଛି। ଇସ୍ରାଏଲୀ ମନ୍ତ୍ରୀମାନଙ୍କୁ ଯାତ୍ରା କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ସାଧାରଣତଃ ଆମେରିକା ପକ୍ଷରୁ ସ୍ୱତନ୍ତ୍ର ଭିସା ପ୍ରଦାନ କରାଯାଇଥାଏ। ଇସ୍ରାଏଲ ଗଣମାଧ୍ୟମ ଏଭଳି ବ୍ୟବହାରକୁ କଡ଼ା ନିନ୍ଦା କରିଥିବାବେଳେ ଇସ୍ରାଏଲୀ ବୈଦେଶିକ ମନ୍ତ୍ରଣାଳୟ କୌଣସି ସରକାରୀ ମନ୍ତବ୍ୟ ଜାରି କରିନାହିଁ ।
ଇରାନ ଚୁକ୍ତି ଉପରେ ମତାମତ ଦେବାରେ ବେନ୍ ଗଭିର ପ୍ରଥମ ଇସ୍ରାଏଲୀ ଥିଲେ। ସେ ଚୁକ୍ତି ସମ୍ପର୍କରେ ଆମେରିକାକୁ ଆଖି ଦେଖାଇ କହିଥିଲେ ଯେ, ଇସ୍ରାଏଲ ଆମେରିକା ଚୁକ୍ତି ମାନିବାକୁ ବାଧ୍ୟ ନୁହେଁ। ସେ ସ୍ପଷ୍ଟ ଭାବରେ କହିଥିଲେ, ସେ ଲେବାନନ୍ରୁ ତାଙ୍କର ସୈନ୍ୟଙ୍କୁ ପ୍ରତ୍ୟାହାର କରିବେ ନାହିଁ । ଇସ୍ରାଏଲରେ ଗଭିରଙ୍କୁ ଜଣେ ଦକ୍ଷିଣପନ୍ଥୀ ନେତା ଭାବରେ ବିବେଚନା କରାଯାଏ। ପ୍ରତିରକ୍ଷା ମନ୍ତ୍ରୀ ଭାବରେ ତାଙ୍କୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିକଟତମ ବୋଲି ବିବେଚନା କରାଯାଏ। ୫୦ ବର୍ଷୀୟ ଗଭିରଙ୍କ ଜନ୍ମ ସିଓନରେ ହୋଇଥିଲା। ତାଙ୍କୁ ୨୦୨୨ ମସିହାରେ ପ୍ରଥମ ଥର ପାଇଁ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ସେ ପ୍ରଥମେ ୨୦୨୨ ମସିହାରେ ନେସେଟ ସଦସ୍ୟ ଭାବରେ ନିଯୁକ୍ତ ହୋଇଥିଲେ। ମେଣ୍ଟ ରାଜନୀତି ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦବୀ ସୁନିଶ୍ଚିତ କରିଥିଲା। ତାଙ୍କ ଉପରେ ଆତଙ୍କବାଦୀ ସଂଗଠନକୁ ସମର୍ଥନ କରିବା ଏବଂ ଇସ୍ରାଏଲରେ ହିଂସାକୁ ଉସକାଇବା ଆଦି ଅଭିଯୋଗ ରହିଛି ।

