ସେ କହିଛନ୍ତି ଯେ, ଆମେରିକା ଏପର୍ଯ୍ୟନ୍ତ ୩୦ ରୁ ଅଧିକ ଦେଶରେ ୧୨୦ ରୁ ଅଧିକ ଜୈବିକ ପ୍ରୟୋଗଶାଳା(ବାୟୋଲାବ୍)କୁ ଗେବଷଣା ପାଇଁ ପାଣ୍ଠି ଯୋଗାଇଛି । ସମ୍ପ୍ରତି ପ୍ରକାଶିତ ଡକ୍ୟୁମେଣ୍ଟରୁ ପ୍ରାପ୍ତ ଏହି ସୂଚନା ରାଷ୍ଟ୍ରପତି ଡୋନାଲ୍ହ ଟ୍ରମ୍ପଙ୍କ ପ୍ରଶାସନର ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଚିହ୍ନିତ କରିଛି ।
ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ (ଡିଏନଆଇ) ତୁଳସୀ ଗାବାର୍ଡ ଏକ ବଡ଼ ଖୁଲାସା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆମେରିକା ଏପର୍ଯ୍ୟନ୍ତ ୩୦ ରୁ ଅଧିକ ଦେଶରେ ୧୨୦ ରୁ ଅଧିକ ଜୈବିକ ପ୍ରୟୋଗଶାଳା(ବାୟୋଲାବ୍)କୁ ଗେବଷଣା ପାଇଁ ପାଣ୍ଠି ଯୋଗାଇଛି । ସମ୍ପ୍ରତି ପ୍ରକାଶିତ ଡକ୍ୟୁମେଣ୍ଟରୁ ପ୍ରାପ୍ତ ଏହି ସୂଚନା ରାଷ୍ଟ୍ରପତି ଡୋନାଲ୍ହ ଟ୍ରମ୍ପଙ୍କ ପ୍ରଶାସନର ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଚିହ୍ନିତ କରିଛି । ଜାତୀୟ ଗୁପ୍ତଚର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ (ଓଡିଏନଆଇ) ପକ୍ଷରୁ ଏକ ବିବୃତି ପ୍ରକାଶ ପାଇଛି ଯେ, ଏହି ବାୟୋଲାବ୍ଗୁଡ଼ିକ ମଧ୍ୟରୁ ଅନେକ ବିପଜ୍ଜନକ ଏବଂ ଦ୍ରୁତ ଗତିରେ ବ୍ୟାପିଥିବା ରୋଗଜୀବାଣୁ ଉପରେ ଗବେଷଣା କରିଥିଲେ, ଯେଉଁଥିରେ ଗେନ୍-ଅଫ୍-ଫଙ୍କସନ୍ ଗବେଷଣା ଅନ୍ତର୍ଭୁକ୍ତ। ଯାହା ରୋଗ ସୃଷ୍ଟି କରୁଥିବା କୀଟାଣୁ । ଡିଏନଆଇ ଅନୁଯାୟୀ, ଏହିବାୟୋଲାବ୍ଗୁଡ଼ିକର ସର୍ବନିମ୍ନ ତଦାରଖ କରାଯାଇଥିଲା ।
ରିପୋର୍ଟ ଅନୁଯାୟୀ, ଗାବାର୍ଡ କହିଛନ୍ତି, ଆମେରିକୀୟ ଲୋକ ଏବଂ ବିଶ୍ୱବ୍ୟାପୀ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ବିପଦରେ ପକାଇଥିବା ବିପଜ୍ଜନକ ଏହି ଗବେଷଣାକୁ ବନ୍ଦ କରିବା ପାଇଁ ଓଡିଏନଆଇ ଅନ୍ୟ ସରକାରୀ ବିଭାଗ ସହିତ କାମ କରିବା ଜାରି ରଖିବ। ଏହି ପରୀକ୍ଷାଗାରଗୁଡ଼ିକ କେଉଁଠାରେ ଅବସ୍ଥିତ ତାହା ଆମେରିକା ସରକାର ଖୋଜି ବାହାର କରିବ। ବର୍ଗୀକରଣ ହୋଇଥିବା ରେକର୍ଡରୁ ଜଣାପଡିଛି ଯେ, ୟୁକ୍ରେନରେ ୪୦ ରୁ ଅଧିକ ପରୀକ୍ଷାଗାର ସୋଭିଏତ୍ ଯୁଗର ଜୈବିକ ଯୁଦ୍ଧ ରୋଗ ଜୀବାଣୁର ପରିଚାଳନାରେ ନିୟୋଜିତ ଥିଲେ। ରିପୋର୍ଟ ଅନୁଯାୟୀ, ଏହି ସ୍ଥାନଗୁଡ଼ିକ ଆନ୍ଥ୍ରାକ୍ସ, ଇବୋଲା, ମେର୍ସ,ସାର୍ସ ଏବଂ ପ୍ଲେଗ ଭଳି ଅତ୍ୟନ୍ତ ବିପଜ୍ଜନକ ରୋଗ ଭୂତାଣୁ(ଇଡିପି) ଉପରେ ଗବେଷଣା କରିଥିଲେ। ଗାବାର୍ଡ କହିଛନ୍ତି ଯେ ବାୟୋଲାବ୍ରେ ବିପଦପୂର୍ଣ୍ଣ ରୋଗଜୀବାଣୁ ଉପରେ ଗବେଷଣା ବିଶ୍ୱ ପାଇଁ ବିନାଶକାରୀ ପରିଣାମ ଆଣିପାରେ, ତଥାପି ରାଜନେତା, ଡାକ୍ତର ଫୌସିଙ୍କ ପରି ତଥାକଥିତ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଜୋ ବାଇଡେନ୍ ପ୍ରଶାସନର ଜାତୀୟ ସୁରକ୍ଷା ଦଳର ସଦସ୍ୟମାନେ ଆମେରିକା ଦ୍ୱାରା ପାଣ୍ଠି ଏବଂ ସମର୍ଥିତ ବାୟୋଲାବ୍ର ଅସ୍ତିତ୍ୱ ବିଷୟରେ ଆମେରିକୀୟ ଲୋକଙ୍କୁ ମିଛ କହିଥିଲେ ଏବଂ ସତ୍ୟ ପ୍ରକାଶ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଧମକ ଦେଇଥିଲେ। ବିଶେଷଜ୍ଞମାନଙ୍କ ଅନୁସାରେ ଗାବାର୍ଡଙ୍କ ଏହି ପର୍ଦ୍ଦାଫାସ୍ ବିଶ୍ୱ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।
ରିପୋର୍ଟରେ ଖେରସନ୍ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀର ଉଦାହରଣ ଦିଆଯାଇଛି। ଏହା ଏକ ନିର୍ଦ୍ଦିଷ୍ଟ ରୋଗଜୀବାଣୁ ଉପରେ କାମ କରିବା ପାଇଁ ଅନୁମତି ପ୍ରକ୍ରିୟାରେ ଥିବା ବେଳେ ୧,୭୨୮,୮୨୨ ଆମେରିକୀୟ ଡଲାରର ଗବେଷଣା ପାଣ୍ଠି ମିଳିଥିଲା। ଏହି ତଥ୍ୟର ପ୍ରତିକ୍ରିୟାରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱବ୍ୟାପୀ ଏଭଳି ଗବେଷଣା ପାଇଁ ସଂଘୀୟ ପାଣ୍ଠିକୁ ଆନୁଷ୍ଠାନିକ ଭାବରେ ସ୍ଥଗିତ ରଖିଥିଲେ। ଗାବାର୍ଡ ପୂର୍ବ ସରକାର ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସମାଲୋଚନା କରି କହିଛନ୍ତି, ସେମାନେ ଏହି ଆମେରିକୀୟ-ସମର୍ଥିତ ବାୟୋଲାବ୍ଗୁଡ଼ିକର ଅସ୍ତିତ୍ୱ ବିଷୟରେ ଜନସାଧାରଣଙ୍କୁ ଭ୍ରମିତ କରିଥିଲେ ।

