ଗୋମାଫିଆଙ୍କୁ ନିସ୍ତାର ନାହିଁ : ବାଲେଶ୍ୱର ଓ ମୟୁରଭଞ୍ଜରେ ବଡ଼ ଧରଣର ଚଢ଼ାଉ

ଗୋମାଫିଆଙ୍କୁ ନିସ୍ତାର ନାହିଁ। ବାଲେଶ୍ୱର-ମୟୁରଭଞ୍ଜ ସୀମାବର୍ତ୍ତୀ ଅଞ୍ଚଳର ଗୋତସ୍କରୀରେ ଲିପ୍ତ ୨ମାଫିଆ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ମୟୁରଭଞ୍ଜ ପୁଲିସର ଚଢ଼ାଉ ଚାଲିଛି। ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଓ ଜରୁରୀ କାଗଜପତ୍ର ଜବତ

 ଗୋମାଫିଆଙ୍କୁ ନିସ୍ତାର ନାହିଁ। ବାଲେଶ୍ୱର-ମୟୁରଭଞ୍ଜ ସୀମାବର୍ତ୍ତୀ ଅଞ୍ଚଳର ଗୋତସ୍କରୀରେ ଲିପ୍ତ ୨ମାଫିଆ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ମୟୁରଭଞ୍ଜ ପୁଲିସର ଚଢ଼ାଉ ଚାଲିଛି। ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଓ ଜରୁରୀ କାଗଜପତ୍ର ଜବତ ଚଢ଼ାଉରେ ବେତନଟୀ ଏସଡିପିଓଙ୍କ ସମେତ ୪ଥାନାର ଆଇଆଇସି, ୨ଜଣ କାର୍ଯନିର୍ବାହୀ ମାଜିଷ୍ଟ୍ରେଟ ଓ ୨ପ୍ଲାଟୁନ ଫୋର୍ସ ସାମିଲ। ଗୋବିନ୍ଦରାୟପୁର ଗାଁର ଆସିକୁର ରେହମାନ ଓରଫ ଫକୀର ଓ ତାଳପଦା ଗାଁର ମଲ୍ଲିକ ଉସ୍ତାର ଓରଫ ଡାକ୍ତରଙ୍କ ଘରେ ଚାଲିଛି ଚଢ଼ାଉ।  ଗୋମାଫିଆଙ୍କ ଘରେ ବାଲେଶ୍ବର ପୁଲିସର ଚଢ଼ାଉ।

ଦରକାରୀ କାଗଜପତ୍ର ଜବଦ କରିବା ସହିତ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଜଳେଶ୍ଵର, ବସ୍ତା, ଭୋଗରାଇ ଅଞ୍ଚଳରେ ବେଆଇନ ଗୋ ଚାଲାଣ ହେଉଥିବା ନେଇ ଅଭିଯୋଗ ଆସିବା ପରେ ବାଲେଶ୍ବର ଏସପିଙ୍କ ନିର୍ଦେଶ କ୍ରମେ ୭ ଟି ଟିମ୍ ଗଠନ କରାଯାଇ ବସ୍ତା ଥାନା ତେଘୋରୀ ଗାଁର ୩ ଜଣ ମାଫିଆଙ୍କ ଘରେ ରେଡ୍ କରିଥିବା ବେଳେ ସିଂଲା ଥାନା କାଦରାୟାଁ ଗ୍ରାମର ମୁସ୍ତାକ ଖାନଙ୍କ ଘରେ ରେଡ୍ କରି ଦରକାରୀ କାଗଜପତ୍ର ସମେତ ଗୋଟିଏ ବାଇକ୍ ଏବଂ ଗୋଟିଏ ସ୍କର୍ପିଓ ଜବଦ କରିବା ସହିତ ମୁସ୍ତାକ ଖାଁ ଙ୍କୁ ଅଟକ ରଖି ପଚରା ଉଚରା କରୁଛି। ସେହିପରି ଜଳେଶ୍ଵର  ଅଂଚଳର ଗୋରୁ ମାଫିଆ  ସେକ ସଫିରୁଦ୍ଦିନ ଘରେ ଚଢ଼ାଉ କରି ବିଭିନ୍ନ ଦରକାରୀ କାଗଜ ପତ୍ର ଯାଞ୍ଚ କରିଛନ୍ତି।

ଗୋ ମାଫିଆ ସାମସୁଦ୍ଦିନଙ୍କ ସମେତ ପରିବାର ସମସ୍ତେ ଫେରାର ହୋଇଛନ୍ତି। ସେହିପରି ବାଲିଆପାଳ ଥାନା ବାସୁଦେବପୁର ଗାଁରେ ମଧ୍ୟ ପୋଲିସ ଚଢାଉ କରି ବିଭିନ୍ନ ଦରକାରୀ କାଗଜପତ୍ର ଜବଦ କରିଛି।  ଭୋଗରାଇ ବ୍ଲକ କମର୍ଦା ଅଞ୍ଚଳର ୪ ଟି ସ୍ଥାନରେ ଚଢାଉ କରି ଓମ୍ ପ୍ରକାଶ ଦତ୍ତ ନାମକ ଜଣେ ଯୁବକକୁ ଅଟକ ରଖି ପଚରାଉ କରିବା ସହିତ ଗୋଟିଏ ଥର଼, ଗୋଟିଏ ସ୍କର୍ପିଓ, ଏବଂ ଗୋଟିଏ ବୁଲେଟ୍ ଜବତ କରିଛି ପୋଲିସ। ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ତେବେ ଆଜି ଜିଲ୍ଲା ପୋଲିସର ୭ ଟି ଟିମ୍ ଚଢାଉ କରିଥିଲା, ପ୍ରତି ଟିମରେ ଜଣେ ଏସଡିପିଓ,ଦୁଇଜଣ ଆଇଆଇସି,ଦିଜଣ ସବ ଇନ୍ସପେକ୍ଟର ଏବଂ ଗୋଟିଏ ରୁ ଦୁଇଟି ପୋଲିସ ଫୋର୍ସ ରହିଥିବା ନେଇ ସୁଚନା ଦେଇଛନ୍ତି ଡିଏସପି ନିର୍ମଳା ଗୋଚ୍ଛାୟତ ।

Leave a Reply

Your email address will not be published. Required fields are marked *