ଏହି ମ୍ୟାଚ୍ର ସବୁଠାରୁ ବଡ ଆକର୍ଷଣ ଥିଲେ ୨୪ ବର୍ଷୀୟ ଯୁବ ଲେଫ୍ଟହ୍ୟଣ୍ଡ ସ୍ପିନର ମାନବ ସୁଥାର। ନିଜ କ୍ୟାରିୟରର ମାତ୍ର ଦ୍ୱିତୀୟ ଟେଷ୍ଟ ଖେଳୁଥିବା ସୁଥାର ଏହି ମ୍ୟାଚ୍ରେ ଶ୍ରୀଲଙ୍କା ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ସେ ପ୍ରଥମ ପାଳିରେ ୪ଟି ଏବଂ ଦ୍ୱିତୀୟ ପାଳିରେ ୬ଟି ୱିକେଟ୍ ସହ ମୋଟ ୧୦ଟି ୱିକେଟ୍ ଅକ୍ତିଆର କରିଥିଲେ । ତାଙ୍କର ଏହି ଚମତ୍କାର ବୋଲିଂ ଯୋଗୁଁ ଶ୍ରୀଲଙ୍କା ଦଳ ଭାରତୀୟ ଦଳ ଆଗରେ ତିଷ୍ଠି ପାରିନଥିଲା।
ଗଲ୍ ରେ ଖେଳାଯାଇଥିବା ପ୍ରଥମ ଭାରତ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚରେ ଭାରତ ଶ୍ରୀଲଙ୍କା କୁ ୧୬୫ ରନରେ ହରାଇ ଦୁଇ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ବିଜୟ ହାସଲ କରିଛି । ଏହି ବିଜୟର ସଂପୂର୍ଣ୍ଣ ଶ୍ରେୟ ଅଷ୍ଟମ ସ୍ଥାନରେ ଖେଳୁଥିବା ମାନବ ସୁଥାରଙ୍କ ସ୍ପିନ ବୋଲିଙ୍ଗକୁ ଦିଆଯାଇଛି ଯିଏ ସିରିଜରେ ସର୍ବ ମୋଟ ୧୦ଟି ୱିକେଟ ନେଇ , ଟିମରେ ଅଷ୍ଟମ ସ୍ଥାନ ପର୍ୟ୍ୟନ୍ତ ବ୍ୟାଟିଙ୍ଗର ଗଭୀରତାକୁ ନେଇ ଚାଲିଥିବା ଆଲୋଚନାରେ ଏକ ନୂତନ ଦିଗ ଯୋଡିଦେଇଛନ୍ତି ।
ଗଲ୍ ରେ ଭାରତ ନିଜର ୬୦୦ତମ ଟେଷ୍ଟ ମ୍ୟାଚ କେବଳ ଏକ ସାଧାରଣ ବୀଜୟ ସହ ନୁହଁ ବରଂ ଏକ ସ୍ୱତନ୍ତ୍ର ବାର୍ତ୍ତା ସହ ଏହାକୁ ସ୍ମରଣୀୟ କରିଥିଲା । ଶ୍ରୀଲଙ୍କା କୁ ୧୬୫ ରନରେ ହରାଇ ଦୁଇ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି ।
ଏହି ମ୍ୟାଚ୍ର ସବୁଠାରୁ ବଡ ଆକର୍ଷଣ ଥିଲେ ୨୪ ବର୍ଷୀୟ ଯୁବ ଲେଫ୍ଟହ୍ୟଣ୍ଡ ସ୍ପିନର ମାନବ ସୁଥାର। ନିଜ କ୍ୟାରିୟରର ମାତ୍ର ଦ୍ୱିତୀୟ ଟେଷ୍ଟ ଖେଳୁଥିବା ସୁଥାର ଏହି ମ୍ୟାଚ୍ରେ ଶ୍ରୀଲଙ୍କା ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ସେ ପ୍ରଥମ ପାଳିରେ ୪ଟି ଏବଂ ଦ୍ୱିତୀୟ ପାଳିରେ ୬ଟି ୱିକେଟ୍ ସହ ମୋଟ ୧୦ଟି ୱିକେଟ୍ ଅକ୍ତିଆର କରିଥିଲେ । ତାଙ୍କର ଏହି ଚମତ୍କାର ବୋଲିଂ ଯୋଗୁଁ ଶ୍ରୀଲଙ୍କା ଦଳ ଭାରତୀୟ ଦଳ ଆଗରେ ତିଷ୍ଠି ପାରିନଥିଲା।
ଦୀର୍ଘଦିନ ହେବ ଭାରତୀୟ କ୍ରିକେଟ ଦଳରେ ଏକ ପ୍ରମୁଖ ବିତର୍କ ଚାଲିଥିଲା କି ଟିମରେ ୮ ନମ୍ୱର ସ୍ଥାନରେ ଜଣେ ଅଲରାଉଣ୍ଡର ରହିବାର ଆବଶ୍ୟକତା ରହିଛି ଯିଏକି ବୋଲିଙ୍ଗ କରିବା ସହିତ ଦରକାର ବେଳେ ବ୍ୟାଟିଙ୍ଗ କରି ରନ ମଧ୍ୟ ଦେଇପାରିବ । ଏହି ବିତର୍କର ଅନ୍ତ ଘଟାଇଛନ୍ତି ମାନବ ସୁଥାର । ଟେଷ୍ଟ କ୍ରିକେଟରେ କେବଳ ରନ ନୁହଁ ୨୦ ଟି ୱିକେଟ ନେଇ ମଧ୍ୟ ବିଜୟ ହାସଲ କରିହେବ । ଯଦି ଦଳ କେବଳ ଅତିରିକ୍ତ ବ୍ୟାଟିଂ ପାଇଁ ଅଲରାଉଣ୍ଡରଙ୍କୁ ଗୁରୁତ୍ୱ ଦେଇଥାନ୍ତା, ତେବେ ମାନବ ସୁଥାରଙ୍କ ଭଳି ଜଣେ ମ୍ୟାଚ୍ ବିଜୟୀ ବୋଲରଙ୍କୁ ଦଳରେ ସୁଯୋଗ ମିଳିନଥାନ୍ତା। ତେବେ ଏହି ବିଜୟ ପରେ ଅନ୍ୟ ଟେଷ୍ଟ ସିରିଜ ପାଇଁ ଭାରତର ରଣନୀତିରେ ମଧ୍ୟ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଆସା କରାଯାଉଛି ।