ବିଜେପି ସ୍ୱାଗତ ସମାରୋହରେ ମାରପିଟ, ମଞ୍ଚରେ ସିଟ୍‌କୁ ନେଇ ଦୁଇ ନେତା ହାତାହାତି

ଘଟଣାରେ ଉଭୟ ପରସ୍ପରକୁ ଟଣାଓଟରାରେ କିଏ ପୋଷାକ ମଧ୍ୟ ଚିରିଯାଇଥିବା ଜଣାପଡ଼ିଛି । ପରିସ୍ଥିତି ବିଗିଡ଼ିବାରୁ ଉପସ୍ଥିତ ଦଳୀୟ ନେତା ଓ କର୍ମୀମାନେ ଉଭୟଙ୍କୁ ଅଲଗା କରିଥିଲେ । ପରେ ଦୁଇ ପଦାଧିକାରୀଙ୍କୁ କାର୍ଯ୍ୟାଳୟ ବାହାରକୁ ନେଇ ଯାଇଥିଲେ ।

ବସିବାକୁ ନେଇ ମାର୍‌ପିଟ୍‌ । କହିବାକୁ ଗଲେ ଏହା ଏକ ଛୋଟ କଥା । ହେଲେ ସଭାରେ ଏଭଳି ଆଚରଣ, ତାହା ପୁଣି ପଦାଧୀକାରୀଙ୍କର ଅନୁଶାସନହୀନତା ଉପରେ ପ୍ରଶ୍ନ ଉଠାଇଛି । ଦଳୀୟ ସଂଗଠନ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ସଭାରେ ଉପସ୍ଥିତ ପଦାଧୀକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି । ଉତ୍ତରପ୍ରଦେଶର କାନପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ସ୍ୱାଗତ ସମାରୋହରେ ମଞ୍ଚରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ବସିବାକୁ ନେଇ ଦୁଇ ପଦାଧିକାରୀ ମାରପିଟ କରିଥିଲେ । କାନପୁର-ବୁନ୍ଦେଲଖଣ୍ଡ କ୍ଷେତ୍ର ପ୍ରଭାରୀ ତଥା ପ୍ରଦେଶ ମହାମନ୍ତ୍ରୀ ଶଙ୍କର ଲାଲ ଲୋଧୀଙ୍କ ସ୍ୱାଗତ ପାଇଁ ବୁଧବାର ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

କେଶବ ନଗରସ୍ଥିତ ଦଳୀୟ କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମଞ୍ଚରେ ସିଟ୍‌କୁ ନେଇ ପୂର୍ବତନ ଜିଲ୍ଲା ମନ୍ତ୍ରୀ ଶିବପୂଜନ ସବିତା ଓ ଜିଲ୍ଲା ସହ-ମିଡିଆ ପ୍ରଭାରୀ ଡ. ବିନୟ ସିଂହ ରାଠୋରଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । କଥା ଥିଲା କିଏ ବସିବ ? ପରେ ଏହା ହାତାହାତିର ରୂପ ନେଇଥିଲା । ଘଟଣାରେ ଉଭୟ ପରସ୍ପରକୁ ଟଣାଓଟରାରେ କିଏ ପୋଷାକ ମଧ୍ୟ ଚିରିଯାଇଥିବା ଜଣାପଡ଼ିଛି । ପରିସ୍ଥିତି ବିଗିଡ଼ିବାରୁ ଉପସ୍ଥିତ ଦଳୀୟ ନେତା ଓ କର୍ମୀମାନେ ଉଭୟଙ୍କୁ ଅଲଗା କରିଥିଲେ । ପରେ ଦୁଇ ପଦାଧିକାରୀଙ୍କୁ କାର୍ଯ୍ୟାଳୟ ବାହାରକୁ ନେଇ ଯାଇଥିଲେ । ହେଲେ ବାହାରେ ମଧ୍ୟ ବିବାଦ ଥମିନଥିଲା । ପୁଣି ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ଡ. ବିନୟ ସିଂହ ରାଠୋରଙ୍କ କାନରେ ଆଘାତ ହୋଇଥିଲା । ସମ୍ପୂର୍ଣ୍ଣ ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ସେପଟେ ଦଳୀୟ ସଂଗଠନ ଘଟଣାକୁ ଗୁରୁତର ସହ ନେଇଥିବାବେଳେ କାନପୁର-ବୁନ୍ଦେଲଖଣ୍ଡ କ୍ଷେତ୍ର ସଭାପତି ରାମକିଶୋର ସାହୁଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ କରାଯାଇଛି । କମିଟିରେ ସୁନୀଲ ତିୱାରୀ, ଶିବରାମ ସିଂହ, ଅନିଲ ଦୀକ୍ଷିତ, ଉପେନ୍ଦ୍ର ପାସୱାନ ଓ ଅଶୋକ ରାଜପୁତ ରହିଛନ୍ତି । କମିଟିକୁ ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । ତଦନ୍ତରେ ଯିଏ ଦୋଷୀ ପ୍ରମାଣିତ ହେବେ, ତାଙ୍କ ବିରୋଧରେ କଡ଼ା ସାଙ୍ଗଠନିକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏପରିକି ପଦାଧିକାରୀ ଦୋଷୀ ସାବ୍ୟସ୍ତ ହେଲେ ଦଳରୁ ବହିଷ୍କାର ମଧ୍ୟ ହୋଇପାରନ୍ତି ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *