୬୦ ବର୍ଷ ପରେ ବି ବିସ୍ଥାପିତଙ୍କୁ ମିଳିନି ଅଧିକାର , ଆଳିର ଚନ୍ଦନନଗରବାସୀଙ୍କ ଆକୁଳ ନିବେଦନ

ବିସ୍ଥାପିତ ହେବାରେ ୬୦ ବର୍ଷରୁ ଅଧିକ ସମୟ ହୋଇଗଲାଣି । ହେଲେ ଆଜିବି ସରକାରୀ ସହାୟତା ଓ ମୌଳିକ ଅଧିକାରରୁ ବଞ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ନୂତନ ଚନ୍ଦନ ନଗର ଗ୍ରାମବାସୀ ।

ବିସ୍ଥାପିତ ହେବାରେ ୬୦ ବର୍ଷରୁ ଅଧିକ ସମୟ ହୋଇଗଲାଣି । ହେଲେ ଆଜିବି ସରକାରୀ ସହାୟତା ଓ ମୌଳିକ ଅଧିକାରରୁ ବଞ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ନୂତନ ଚନ୍ଦନ ନଗର ଗ୍ରାମବାସୀ । ବ୍ରାହ୍ମଣୀ ନଦୀର କରାଳ ଗ୍ରାସରେ ୬୦ ବର୍ଷ ତଳେ ସମ୍ପୂର୍ଣ୍ଣ ଲୀନ ହୋଇଯାଇଥିଲା ପୁରୁଣା ଚନ୍ଦନ ନଗର ଗାଁ। ନଦୀ ଗର୍ଭରେ ସବୁକିଛି ହରାଇବା ପରେ, ସେତେବେଳେ ସରକାରୀ ସହାୟତା ନପାଇ ଗ୍ରାମବାସୀମାନେ ନିକଟସ୍ଥ କୋଳିଢିଅ ମୌଜାରେ ନୂତନ ଭାବେ ‘ଚନ୍ଦନ ନଗର’ ଗାଁ ବସାଇ ରହିବାକୁ ବାଧ୍ୟ ହୋଇଥିଲେ ।

ଦୀର୍ଘ ଦଶନ୍ଧି ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଏହି ବିସ୍ଥାପିତ ଲୋକଙ୍କୁ ମିଳିନାହିଁ ଉଚିତ୍ ଥଇଥାନ ଓ ସରକାରୀ ସହାୟତା । ବର୍ତ୍ତମାନ କୋଳିଢିଅ ମୌଜାର ଗୋଚର ଜମିରେ ଚନ୍ଦନ ନଗର ଗ୍ରାମର ଆରାଧ୍ୟ ଦେବତାଙ୍କ ସ୍ଥାୟୀ ମନ୍ଦିର ନିର୍ମାଣକୁ ନେଇ କୋଳିଢିଅ ଓ ଚନ୍ଦନ ନଗର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ବିବାଦ ଦେଖାଦେଇଛି । ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଚନ୍ଦନ ନଗର ଗ୍ରାମର ଶତାଧିକ ଲୋକ ଆଳି ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । 

Leave a Reply

Your email address will not be published. Required fields are marked *