ଭାରତ-ଆମେରିକା ଟ୍ରେଡ୍ ଡିଲକୁ ପ୍ରବଳ ବିରୋଧ । ଏହି ବିରୋଧ ଶହଶହ ଚାଷୀଙ୍କର । ପଞ୍ଜାବ, ହରିୟାଣା,ଉତ୍ତରପ୍ରଦେଶର ଶତାଧିକ ସଂଖ୍ୟକ ଚାଷୀ ଆଜି ଦିଲ୍ଲୀମୁହାଁ ହୋଇଛନ୍ତି ।
ଭାରତ-ଆମେରିକା ଟ୍ରେଡ୍ ଡିଲକୁ ପ୍ରବଳ ବିରୋଧ । ଏହି ବିରୋଧ ଶହଶହ ଚାଷୀଙ୍କର । ପଞ୍ଜାବ, ହରିୟାଣା,ଉତ୍ତରପ୍ରଦେଶର ଶତାଧିକ ସଂଖ୍ୟକ ଚାଷୀ ଆଜି ଦିଲ୍ଲୀମୁହାଁ ହୋଇଛନ୍ତି । ଆଜି କିଶାନ ଘାଟରେ ବିଶାଳ ବିକ୍ଷୋଭ ପାଇଁ ଦେଶସାରାର କୃଷକ ସଂଗଠନଗୁଡ଼ିକ ଆହ୍ୱାନ ଦିଆଯାଇଛି । ସେପଟେ ଏହାକୁ ରୋକିବା ପାଇଁ ହରିୟାଣା-ପଞ୍ଜାବ ସଂଯୋଗ କରୁଥିବା ଶଂଭୁ ବୋର୍ଡରକୁ ସମ୍ପୂର୍ଣ୍ଣ ସିଲ୍ କରିଦେଇଛି ପୁଲିସ ।
ପଞ୍ଜାବ-ହରିୟାଣାକୁ ଯୋଡ଼ୁଥିବା ଶମ୍ଭୁ ବୋର୍ଡର’କୁ କାଣ୍ଟାତାର ଓ ବ୍ୟାରିକେଡ୍ ଲଗାଇ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । କୃଷକ ସଂଗଠନଗୁଡ଼ିକର ଅଭିଯୋଗ — ଏହି ଟ୍ରେଡ୍ ଡିଲ୍ରେ ଏକ ଗୋପନୀୟ ଚୁକ୍ତି ରହିଛି । ଯାହା ଦେଶହିତରେ ନାହିଁ । ଚାଷୀମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବେ ବୋଲି କହିଥିବା ବେଳେ, ପୁଲିସ ସେମାନଙ୍କୁ ସୀମାରେ ହିଁ ଅଟକାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏହି କ୍ରମରେ ଆଗକୁ ସ୍ଥିତି କି ରୂପ ନେଉଛି, ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

