ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ଜେଲ୍, ୭ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ

ଅନୁଗୋଳରେ ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡ । ୨୨ ବର୍ଷୀୟ ଅଭିଯୁକ୍ତ ସତ୍ୟବ୍ରତ ମିଶ୍ର ଓରଫ୍ କାଳିଆକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଅନୁଗୋଳ ପୋକ୍ସୋ ତଥାଫାଷ୍ଟ ଟ୍ରାକ କୋର୍ଟ ।

ଅନୁଗୋଳରେ ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡ । ୨୨ ବର୍ଷୀୟ ଅଭିଯୁକ୍ତ ସତ୍ୟବ୍ରତ ମିଶ୍ର ଓରଫ୍ କାଳିଆକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଅନୁଗୋଳ ପୋକ୍ସୋ ତଥାଫାଷ୍ଟ ଟ୍ରାକ କୋର୍ଟ । ସୂଚନା ଅନୁଯାୟୀ, ୨୦୨୫ ମେ’ ୧୯ ତାରିଖରେ ଜଣେ ୭ ବର୍ଷର ନାବାଳିକାକୁ ଏକ ନିଛାଟିଆ ପଡ଼ିଆକୁ ନେଇଯାଇ ଅତି ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲା ।

ପୀଡ଼ିତା ନାବାଳିକା ଘରେ ଜଣାଇବା ପରେ ଅନୁଗୋଳ ଥାନାରେ ମାମଲା ରୁଜୁ କରିଥିଲେ ପରିବାର ଲୋକେ । କୋର୍ଟ ୧୩ ଜଣ ସାକ୍ଷୀ ଓ ୩୮ ଦସ୍ତାବିଜ ଆଧାରରେ ଆଜି କାଳିଆକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଅପରପକ୍ଷରେ ପୀଡ଼ିତା ନାବାଳିକାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Leave a Reply

Your email address will not be published. Required fields are marked *