ହାତରେ ଲାଠି ଧରି ବିଦେଶୀଙ୍କୁ ଖୋଜୁଛନ୍ତି ଦକ୍ଷିଣ ଆଫ୍ରିକା ଲୋକେ : ୨୫,୦୦୦ ଛାଡିଲେଣି ଘର, ଆର୍ଥିକ ସଙ୍କଟ ପାଇଁ ବିଦେଶୀଙ୍କ ମୁଣ୍ଡରେ ଦୋଷ

ଦେଶର ବିଭିନ୍ନ ସ୍ଥାନରେ ବିଦେଶୀ ନାଗରିକଙ୍କ ବିରୋଧରେ ଘୃଣା ଏବଂ ହିଂସା ଦେଖାଦେଇଛି। ସ୍ଥାନୀୟ ମୌଳବାଦୀ ଗୋଷ୍ଠୀଗୁଡ଼ିକ ବିନା ଦସ୍ତାବିଜ୍‌ରେ ରହୁଥିବା ବିଦେଶୀ ନାଗରିକମାନଙ୍କୁ ଦେଶ ଛାଡିବା ପାଇଁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ଏହି ଧାର୍ଯ୍ୟ ତାରିଖ ପୂର୍ବରୁ ପ୍ରାୟ ୨୫ ହଜାର ପ୍ରବାସୀ ଭୟରେ ଦେଶ ଛାଡି ପଳାଇ ସାରିଛନ୍ତି।

ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ଏକ ଗମ୍ଭୀର ମାନବିକ ଏବଂ ସାମାଜିକ ସଙ୍କଟର ସମ୍ମୁଖୀନ ହେଉଛି। ଦେଶର ବିଭିନ୍ନ ସ୍ଥାନରେ ବିଦେଶୀ ନାଗରିକଙ୍କ ବିରୋଧରେ ଘୃଣା ଏବଂ ହିଂସା ଦେଖାଦେଇଛି। ସ୍ଥାନୀୟ ମୌଳବାଦୀ ଗୋଷ୍ଠୀଗୁଡ଼ିକ ବିନା ଦସ୍ତାବିଜ୍‌ରେ ରହୁଥିବା ବିଦେଶୀ ନାଗରିକମାନଙ୍କୁ ଦେଶ ଛାଡିବା ପାଇଁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ଏହି ଧାର୍ଯ୍ୟ ତାରିଖ ପୂର୍ବରୁ ପ୍ରାୟ ୨୫ ହଜାର ପ୍ରବାସୀ ଭୟରେ ଦେଶ ଛାଡି ପଳାଇ ସାରିଛନ୍ତି। ରାଜଧାନୀ ଜୋହାନ୍ସବର୍ଗ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକର ରାସ୍ତାରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକଙ୍କ ଭିଡ଼ ଲାଠି ଏବଂ ଢାଲ ଧରି ବିଦେଶୀ ନାଗରିକଙ୍କୁ ଖୋଜୁଛନ୍ତି। ଅନେକ ସ୍ଥାନରେ ସାଧାରଣ ଲୋକମାନେ ନିଜେ ବିଦେଶୀଙ୍କ କାଗଜପତ୍ର ଯାଞ୍ଚ୍ କରୁଛନ୍ତି ଏବଂ ସେମାନଙ୍କୁ ସେମାନଙ୍କ ଘରୁ କିମ୍ବା କର୍ମକ୍ଷେତ୍ରରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ହିଂସା ଏତେ ବଢ଼ିଛି ଯେ, ସମ୍ପ୍ରତି ଦୁଇ ଜଣ ମୋଜାମ୍ବିକ ଏବଂ ଜଣେ ମଲାୱୀ ନାଗରିକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ଭୟରେ ହଜାର ହଜାର ଲୋକ ଅସ୍ଥାୟୀ ଶିବିରରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।

ଏହି ହିଂସାତ୍ମକ ଆନ୍ଦୋଳନ ମୁଖ୍ୟତଃ ଦକ୍ଷିଣ ଆଫ୍ରିକାର ପାରମ୍ପରିକ ଜୁଲୁ ପୋଷାକ ପିନ୍ଧିଥିବା ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହି ଗୋଷ୍ଠୀଗୁଡ଼ିକ ଦାବି କରୁଛନ୍ତି ଯେ, ବିଦେଶୀ ପ୍ରବାସୀମାନେ ଦେଶରେ ଅପରାଧକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ସ୍ଥାନୀୟ ଲୋକଙ୍କଠାରୁ ଚାକିରି ଛଡ଼ାଇ ନେଉଛନ୍ତି। ଦକ୍ଷିଣ ଆଫ୍ରିକାରେ ବର୍ତ୍ତମାନ ପ୍ରାୟ ୩୩ ପ୍ରତିଶତ ବେକାର ରହିଛନ୍ତି। ଦେଶ ଏକ ଆର୍ଥିକ ମାନ୍ଦାବସ୍ଥା ସହିତ ସଂଘର୍ଷ କରୁଛି, ଯାହାର କ୍ରୋଧ ଏବେ ପ୍ରବାସୀମାନଙ୍କ ଉପରେ ପଡ଼ିଛି। ବିଶେଷଜ୍ଞମାନଙ୍କ ଅନୁସାରେ ଏହା ‘ଅଣ-ଶ୍ବେତାଙ୍ଗ-ଅଣ-ଶ୍ବେତାଙ୍ଗ’ ହିଂସାର ଏକ ନୂତନ ରୂପ, ଯେଉଁଠାରେ ସମ୍ବଳ ଅଭାବରୁ ଅଣ-ଶ୍ବେତାଙ୍ଗମାନେ ଅଣ-ଶ୍ବେତାଙ୍ଗଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ରାଜନୈତିକ ବିଶ୍ଳେଷକମାନଙ୍କ ଅନୁସାରେ ଆଗାମୀ ପୌର ନିର୍ବାଚନ ଏବଂ ଦକ୍ଷୀଣପନ୍ଥୀ ରାଜନୈତିକ ଦଳଗୁଡ଼ିକର ସୁବିଧାବାଦ ନୀତି ଏହି ଉତ୍ତେଜନା ପଛରେ ରହିଛି। ସୋସିଆଲ ମିଡିଆରେ ପ୍ରସାରିତ ଗୁଜବ ଏବଂ ଭୁଲ୍ ସୂଚନା ନିଆଁରେ ଘିଅ ଢାଳିଛି। ଯଦିଓ ପ୍ରବାସୀ ଦେଶର ମୋଟ ଜନସଂଖ୍ୟାର ମାତ୍ର ୫.୧ ପ୍ରତିଶତ ବା ପ୍ରାୟ ୩ ନିୟୁତ ଅଛନ୍ତି। ସେମାନଙ୍କୁ ଆର୍ଥିକ ସଙ୍କଟ ପାଇଁ ଦାୟୀ କରାଯାଉଛି।

Leave a Reply

Your email address will not be published. Required fields are marked *