ସୋମବାର ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୯୮ ବର୍ଷୀୟ ଆଡଭାନୀ ହସ୍ପିଟାଲରେ ନ୍ୟୁରୋଲୋଜି ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିଲେ ।
ବିଜେପିର ବରିଷ୍ଠ ନେତା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।ଛାତିରେ ସଂକ୍ରମଣ ଯୋଗୁଁ ଗତ ଅକ୍ଟୋବର ୧୬ ତାରିଖରେ ତାଙ୍କୁ ନୂଆଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୋମବାର ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୯୮ ବର୍ଷୀୟ ଆଡଭାନୀ ହସ୍ପିଟାଲରେ ନ୍ୟୁରୋଲୋଜି ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବାରୁ ତାଙ୍କୁ ହସ୍ପିଟାଲରୁ ଛାଡ଼ି ଦିଆଯାଇଛି ।
ଭାରତୀୟ ରାଜନୀତିରେ ଲାଲକୃଷ୍ଣ ଆଡଭାନୀଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଜେପିର ଅନ୍ୟତମ ବରିଷ୍ଠ ନେତା ଭାବେ ସେ ଦୀର୍ଘ ଦଶନ୍ଧି ଧରି ଦେଶର ରାଜନୈତିକ କ୍ଷେତ୍ରରେ ସକ୍ରିୟ ରହିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କ ଡିସଚାର୍ଜ ଖବର ପ୍ରକାଶ ପାଇବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ରହିଥିବା ଚିନ୍ତା ଦୂର ହୋଇଛି ।

