ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ଜୀବିତ ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିବା ଅଭିଯୋଗ

ଡାକ୍ତରଙ୍କ ଦ୍ୱାରା ମୃତ ଘୋଷଣା କରାଯାଇଥିବା ଜଣେ ୧୧ ମାସର ଶିଶୁ ପରେ ଜୀବିତ ଥିବା ଅଭିଯୋଗ ହୋଇଛି । ତେବେ କିଛି ସମୟ ପରେ ଶିଶୁଟିର ପ୍ରକୃତରେ ମୃତ୍ୟୁ ଘଟିଥିବାରୁ ଘଟଣାକୁ ନେଇ ଚାରିଆଡ଼େ ଅସନ୍ତୋଷ ପ୍ରକାଶ ପାଇଛି ।

କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଏକ ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି । ଡାକ୍ତରଙ୍କ ଦ୍ୱାରା ମୃତ ଘୋଷଣା କରାଯାଇଥିବା ଜଣେ ୧୧ ମାସର ଶିଶୁ ପରେ ଜୀବିତ ଥିବା ଅଭିଯୋଗ ହୋଇଛି । ତେବେ କିଛି ସମୟ ପରେ ଶିଶୁଟିର ପ୍ରକୃତରେ ମୃତ୍ୟୁ ଘଟିଥିବାରୁ ଘଟଣାକୁ ନେଇ ଚାରିଆଡ଼େ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଘଟଣା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ର ତୁନଗାଁରେ ଘଟିଛି । ସୂଚନା ଅନୁସାରେ, ଶିଶୁଟି ଅସୁସ୍ଥ ହେବାରୁ ପରିବାର ଲୋକେ ତାକୁ ଚିକିତ୍ସା ପାଇଁ ଭବାନୀପାଟଣା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ ।

ପରେ ପରିବାର ଲୋକେ ଶିଶୁଟିକୁ ନେଇ ଘରକୁ ଫେରୁଥିବା ବେଳେ, ଶିଶୁଟି ଜୀବିତ ଥିବା ଅନୁଭବ କରିଥିବା ଅଭିଯୋଗ କରିଛନ୍ତି । ତେବେ କିଛି ସମୟ ପରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ପରିବାର ଲୋକେ ଡାକ୍ତରଙ୍କ ବିରୋଧରେ ଚିକିତ୍ସା ଅବହେଳାର ଅଭିଯୋଗ ଆଣିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ନ୍ୟାୟ ଦେବାକୁ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *