ଏମବାପେ କରିଛନ୍ତି ୧୦ ଗୋଲ୍… ଗୋଲ୍ଡେନ୍ ବୁଟ୍ ପାଇଁ ଏବେ ମେସିଙ୍କୁ ଦେଖାଇବାକୁ ପଡ଼ିବ ମ୍ୟାଜିକ୍

ଇଂଲଣ୍ଡ ବିପକ୍ଷ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ଏମ୍ବାପେ ଦୁଇଟି ଗୋଲ୍ ଦେଇଛନ୍ତି । ଯଦିଓ ଫ୍ରାନ୍ସ ଏହି ମ୍ୟାଚରେ ୪-୬ରେ ପରାଜିତ ହୋଇଛି, କିନ୍ତୁ ଏମ୍ବାପେଙ୍କ ଗୋଲ୍ ସଂଖ୍ୟା ଏବେ ୧୦ରେ ପହଞ୍ଚିଛି ।

ଫିଫା ବିଶ୍ୱକପ୍ ୨୦୨୬ରେ ଟ୍ରଫି ଜିତିବା ପାଇଁ ଯେତିକି ଉତ୍ସାହ ରହିଛି, ଗୋଲ୍ଡେନ୍ ବୁଟ୍ ପାଇଁ ମଧ୍ୟ ସେତିକି ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳୁଛି । ଗତ ଦୁଇଟି ବିଶ୍ୱକପ୍ ହେବ ଏହି ସମ୍ମାନଜନକ ପୁରସ୍କାର ପାଇଁ ମୁକାବିଲା କିଲିଆନ୍ ଏମ୍ବାପେ ଏବଂ ଲିଓନେଲ ମେସିଙ୍କ ମଧ୍ୟରେ ସୀମିତ ରହିଛି । କତାର ୨୦୨୨ ବିଶ୍ୱକପରେ ଏମ୍ବାପେ ୮ଟି ଗୋଲ୍ ସହ ଗୋଲ୍ଡେନ୍ ବୁଟ୍ ଜିତିଥିବା ବେଳେ ମେସି ୭ଟି ଗୋଲ୍ ସହ ଦ୍ୱିତୀୟ ସ୍ଥାନରେ ଥିଲେ । ଏବେ ୨୦୨୬ ବିଶ୍ୱକପରେ ମଧ୍ୟ ଏହି ଦୁଇ ଦିଗ୍ଗଜ ମୁହାଁମୁହିଁ ହୋଇଛନ୍ତି।

ଇଂଲଣ୍ଡ ବିପକ୍ଷ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ଏମ୍ବାପେ ଦୁଇଟି ଗୋଲ୍ ଦେଇଛନ୍ତି । ଯଦିଓ ଫ୍ରାନ୍ସ ଏହି ମ୍ୟାଚରେ ୪-୬ରେ ପରାଜିତ ହୋଇଛି, କିନ୍ତୁ ଏମ୍ବାପେଙ୍କ ଗୋଲ୍ ସଂଖ୍ୟା ଏବେ ୧୦ରେ ପହଞ୍ଚିଛି । ଏହା ସହିତ ସେ ବିଶ୍ୱକପ୍ ଇତିହାସରେ ନିଜର ମୋଟ ଗୋଲ୍ ସଂଖ୍ୟା ୨୨କୁ ବୃଦ୍ଧି କରିଛନ୍ତି, ଯାହା ମେସିଙ୍କଠାରୁ ଗୋଟିଏ ଅଧିକ।

ଏବେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସିଙ୍କ ପାଖରେ ସ୍ପେନ୍ ବିପକ୍ଷ ଫାଇନାଲରେ ଏହି ରେସକୁ ଓଲଟାଇବା ପାଇଁ ଶେଷ ସୁଯୋଗ ରହିଛି।
ମେସି କିପରି ଜିତିପାରିବେ ଗୋଲ୍ଡେନ୍ ବୁଟ୍?

ବର୍ତ୍ତମାନ ଏମ୍ବାପେ ୧୦ଟି ଗୋଲ୍ ସହ ପ୍ରଥମ ଏବଂ ମେସି ୮ଟି ଗୋଲ୍ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ମେସିଙ୍କ ସମ୍ମୁଖରେ ତିନୋଟି ରାସ୍ତା ଅଛି:

ପ୍ରଥମ ରାସ୍ତା, ଯଦି ମେସି ଫାଇନାଲରେ ହାଟ୍ରିକ୍ (୩ଟି ଗୋଲ୍) କରନ୍ତି, ତେବେ ତାଙ୍କର ୧୧ଟି ଗୋଲ୍ ହୋଇଯିବ ଏବଂ ସେ ସିଧାସଳଖ ଗୋଲ୍ଡେନ୍ ବୁଟ୍ ଜିତିବେ।

ଦ୍ୱିତୀୟ ରାସ୍ତା, ଯଦି ମେସି ୨ଟି ଗୋଲ୍ କରନ୍ତି, ତେବେ ଉଭୟଙ୍କର ୧୦-୧୦ଟି ଗୋଲ୍ ହେବ । ଏହି ସମୟରେ ଆସିଷ୍ଟ ସଂଖ୍ୟା ଗଣନା କରାଯିବ। ବର୍ତ୍ତମାନ ଉଭୟଙ୍କର ୪-୪ ଆସିଷ୍ଟ ରହିଛି । ତେଣୁ ମେସିଙ୍କୁ ଅତିକମରେ ଗୋଟିଏ ଆସିଷ୍ଟ କରିବାକୁ ପଡ଼ିବ, ଯାହାଫଳରେ ସେ ଏମ୍ବାପେଙ୍କୁ ପଛରେ ପକାଇ ପାରିବେ।

ତୃତୀୟ ରାସ୍ତା, ଯଦି ମେସି ଦୁଇଟି ଗୋଲ୍ କରନ୍ତି ଏବଂ କୌଣସି ଆସିଷ୍ଟ ନକରନ୍ତି, ତେବେ ଗୋଲ୍ ଓ ଆସିଷ୍ଟ ସମାନ ହୋଇଯିବ। ସେଭଳି ପରିସ୍ଥିତିରେ ଯେଉଁ ଖେଳାଳି କମ୍ ସମୟ ଖେଳିଥିବେ, ସେ ବିଜୟୀ ହେବେ । ବର୍ତ୍ତମାନ ସୁଦ୍ଧା ଏମ୍ବାପେ ୭୬୯ ମିନିଟ୍ ଖେଳିଥିବା ବେଳେ ମେସି ୭୧୨ ମିନିଟ୍ ଖେଳିଛନ୍ତି।

ଫାଇନାଲ ମ୍ୟାଚରେ କେବଳ ବିଶ୍ୱକପ୍ ଟ୍ରଫି ନୁହେଁ, ବରଂ ଗୋଲ୍ଡେନ୍ ବୁଟର ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ ହେବ। ସାରା ବିଶ୍ୱ ଏବେ ଅପେକ୍ଷା କରିଛି ଯେ, ମେସି ଶେଷ ଥର ପାଇଁ ତାଙ୍କ ଯାଦୁ ଦେଖାଇ ଏମ୍ବାପେଙ୍କୁ ହରାଇବେ ନା ଫ୍ରାନ୍ସର ଏହି ସୁପରଷ୍ଟାର କ୍ରମାଗତ ଦ୍ୱିତୀୟ ଥର ପାଇଁ ବାଜି ମାରିବେ।

Leave a Reply

Your email address will not be published. Required fields are marked *