ମାତ୍ର ୧୫ ମିନିଟ୍ ରେ ବନାନ୍ତୁ ଚିଲ୍ଲା : ବେସନ ନୁହେଁ ବ୍ୟବହାର କରନ୍ତୁ ଏହି ସାମଗ୍ରୀ ….

ପ୍ରତିଦିନ ସକାଳେ ଗୋଟିଏ  ପ୍ରକାରର ଜଳଖିଆ ଖାଇ ଯଦି ବିରକ୍ତ ହୋଇଯାଇଛନ୍ତି, ତେବେ ସୁଜି ଓ ଆଳୁରେ ତିଆରି  କରନ୍ତୁ ଏହି ଚିଲ୍ଲା ଯାହା ଆପଣଙ୍କ ପାଟିକୁ ସୁଆଦିଅ କରିବା ସହ ଆପଣଙ୍କୁ ସୁସ୍ଥ ମଧ୍ୟ ରଖିବ  । 

ପ୍ରତିଦିନ ସକାଳେ ଗୋଟିଏ  ପ୍ରକାରର ଜଳଖିଆ ଖାଇ ଯଦି ବିରକ୍ତ ହୋଇଯାଇଛନ୍ତି, ତେବେ ସୁଜି ଓ ଆଳୁରେ ତିଆରି  କରନ୍ତୁ ଏହି ଚିଲ୍ଲା ଯାହା ଆପଣଙ୍କ ପାଟିକୁ ସୁଆଦିଅ କରିବା ସହ ଆପଣଙ୍କୁ ସୁସ୍ଥ ମଧ୍ୟ ରଖିବ  । ସାଧାରଣ ଭାବେ ଘରେ ବେସନ ଚିଲ୍ଲା ଅଧିକ ତିଆରି କରାଯାଏ ।  କିନ୍ତୁ କେବେ ସୁଜି ରେ ବନେଇଛନ୍ତି ଚିଲ୍ଲା ,ତେବେ ଆମେ କହୁଥିବା ପ୍ରଣାଳୀରେ ବନାନ୍ତୁ ଦେଖିବେ କେତେ ସୁଆଦିଆ ଲାଗିବ ।

କିନ୍ତୁ ସୁଜି, ଆଳୁ ଓ ଦହିର ମିଶ୍ରଣରେ ତିଆରି ଏହି ଚିଲ୍ଲା ସ୍ୱାଦରେ ଚଟପଟା, ବାହାରୁ ହାଲୁକା କ୍ରିସ୍ପି ଏବଂ ଭିତରୁ ନରମ ହୋଇଥାଏ ।
ଏହି ଜଳଖିଆ ବନେଇବା ପାଇଁ ବେଶି ସମୟ ବି ଲାଗେ ନାହିଁ ଏଥିସହ ପିଲାମାନେ ମଧ୍ୟ ଏହି ଚିଲ୍ଲାକୁ ଖୁସି ରେ ଖାଆନ୍ତି  । କାରଣ ଏବେ ସମସ୍ତଙ୍କ ପାଖରେ ସମୟର ଅଭାବ ବେଶି ରହିଛି ଏହାରି ଭିତରେ ନିଜ ଶରୀର ର ଚିନ୍ତା ମଧ୍ୟ କରିବାକୁ ପଡିଥାଏ ।  

ଏହାକୁ ବନାଇବା ମଧ୍ୟ ଅତି ସହଜ ..

ଏବେ ଜାଣନ୍ତୁ ଆବଶ୍ୟକ ସାମଗ୍ରୀ …
ଆବଶ୍ୟକ ସାମଗ୍ରୀ: ୧ କପ୍ ସୁଜି, ଅଧା କପ୍ ଦହି, ୨ଟି ଆଳୁ, ୧ଟି ପିଆଜ, ୧ ଛୋଟ ଚାମଚ କୋରା ଅଦା, ୨ଟି ବାରିକ କଟା କଞ୍ଚାଲଙ୍କା, ୨ ବଡ଼ ଚାମଚ କଟା ଧନିଆ ପତ୍ର, ଅଧା ଛୋଟ ଚାମଚ ଲାଲ ଲଙ୍କା ଗୁଣ୍ଡ, ଅଧା ଚାମଚ ଗରମ ମସଲା, ଅଧା ଚାମଚ ହଳଦୀ, ଅଧା ଚାମଚ ଧନିଆ ଗୁଣ୍ଡ, ସ୍ୱାଦ ଅନୁଯାୟୀ ଲୁଣ, ଆବଶ୍ୟକତା ଅନୁଯାୟୀ ପାଣି ଓ ତେଲ ଦରକାର।
ତିଆରି ପ୍ରଣାଳୀ: ପ୍ରଥମେ ଆଳୁକୁ ଭଲଭାବେ ଧୋଇ ଚୋପା ଛଡ଼ାଇ ଏହାକୁ ଚପ୍ କରି ନିଅନ୍ତୁ । ଏହାକୁ ଏକ ବଡ଼ ପାତ୍ରରେ ନେଇ ସୁଜି ଓ ଦହି ମିଶାନ୍ତୁ । ଅଳ୍ପ ଅଳ୍ପ ପାଣି ଦେଇ ଭଲଭାବେ ମିଶାଇ ଏହି ଘୋଳକୁ ପ୍ରାୟ ୧୫ ମିନିଟ୍ ଘୋଡେଇ ରଖନ୍ତୁ, ଯାହାଦ୍ୱାରା ସୁଜି ଭଲଭାବେ ଫୁଲିଯିବ।

୧୫ ମିନିଟ୍ ପରେ ଏଥିରେ ଛୋଟ ଛୋଟ କରି  କଟା ପିଆଜ, କଞ୍ଚାଲଙ୍କା, ଛେଚା ଅଦା ଓ ଧନିଆ ପତ୍ର ପକାନ୍ତୁ । ଏବେ ହଳଦୀ, ଲାଲ ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଓ ଲୁଣ ଦେଇ ସବୁକୁ ଭଲଭାବେ ମିଶାନ୍ତୁ । ଘୋଳ ଅଧିକ ଗାଢ଼ ହୋଇଥିଲେ ଅଳ୍ପ ପାଣି ମିଶାଇପାରିବେ ।
ଏବେ ତାୱା ଗରମ କରି ଅଳ୍ପ ତେଲ ଦିଅନ୍ତୁ । ବଡ଼ ଚାମଚରେ ଘୋଳ ନେଇ ତାୱାରେ ପକାଇ ଗୋଲାକାରରେ  କରନ୍ତୁ। ଅଳ୍ପ ତେଲ ଦେଇ ଧୀରରୁ ମଧ୍ୟମ ଆଞ୍ଚରେ ସେକନ୍ତୁ । ତଳ ପଟ ସୁନେଲି ରଙ୍ଗ ହେଲେ ଓଲଟାଇ ଅନ୍ୟ ପଟକୁ ମଧ୍ୟ ଭଲଭାବେ ସେକନ୍ତୁ । ଦୁଇ ପଟ ହାଲୁକା କ୍ରିସ୍ପି ହୋଇଗଲେ ଚିଲ୍ଲା ପ୍ରସ୍ତୁତ । ଗରମାଗରମ ଧନିଆ ଚଟଣି, ଟମାଟୋ ସସ୍ କିମ୍ବା ଦହି ସହ ପରିବେଷଣ କରନ୍ତୁ ।

Leave a Reply

Your email address will not be published. Required fields are marked *