ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ସରକାରୀ ବ୍ୟୟ ଆଶାନୁରୂପ ଗତି ଧରିପାରିନଥିବାବେଳେ ବିଭିନ୍ନ ସରକାରୀ ବିଭାଗର ବିଦ୍ୟୁତ ବିଲ୍ ବକେୟା ୨୬୦ କୋଟି ଟଙ୍କା ଅତିକ୍ରମ କରିସାରିଛି ।
ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ସରକାରୀ ବ୍ୟୟ ଆଶାନୁରୂପ ଗତି ଧରିପାରିନଥିବାବେଳେ ବିଭିନ୍ନ ସରକାରୀ ବିଭାଗର ବିଦ୍ୟୁତ ବିଲ୍ ବକେୟା ୨୬୦ କୋଟି ଟଙ୍କା ଅତିକ୍ରମ କରିସାରିଛି । ଏଭଳି ସ୍ଥିତିରେ ପୁଞ୍ଜି ବ୍ୟୟ ବୃଦ୍ଧି, ରାଜସ୍ୱ ସଂଗ୍ରହରେ ତ୍ୱରାନ୍ୱିତ ପଦକ୍ଷେପ, ଇନ୍ଧନ ସଞ୍ଚୟ ଏବଂ ବକେୟା ପରିଚାଳନା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ।
ଗତ ୪ ତାରିଖରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ରାଜ୍ୟର ଆର୍ଥିକ ସ୍ଥିତି ଏବଂ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯାଇଥିଲା । ଏହି ସମୀକ୍ଷାରେ ଆସିଥିବା ତଥ୍ୟ ଅନୁସାରେ ସରକାରୀ ସଂସ୍ଥା ଉପରେ କୋଟି କୋଟି ଟଙ୍କାର ବିଦ୍ୟୁତ ବିଲ ଏବେ ବି ବାକି ପଡ଼ିଛି ।

