ପଶ୍ଚିମବଙ୍ଗ ରାଜ୍ୟ ପୂର୍ବ ମେଦିନୀପୁର ଜିଲ୍ଲା ଶଙ୍କରପୁର ଉପକୂଳ ସମୁଦ୍ରରେ ନିଖୋଜ ଥିବା ୧୬ ଜଣକ ମଧ୍ୟରୁ ବାଲେଶ୍ୱର ଜିଲ୍ଲା ଭୋଗରାଇର ଗୋଟିଏ ପରିବାର ୩ ଜଣ ଥିବା ଜଣା ପଡ଼ିଛି ।
ପଶ୍ଚିମବଙ୍ଗ ରାଜ୍ୟ ପୂର୍ବ ମେଦିନୀପୁର ଜିଲ୍ଲା ଶଙ୍କରପୁର ଉପକୂଳ ସମୁଦ୍ରରେ ନିଖୋଜ ଥିବା ୧୬ ଜଣକ ମଧ୍ୟରୁ ବାଲେଶ୍ୱର ଜିଲ୍ଲା ଭୋଗରାଇର ଗୋଟିଏ ପରିବାର ୩ ଜଣ ଥିବା ଜଣା ପଡ଼ିଛି । ସେମାନେ ଦିଘା ଶଙ୍କରପୁର ମା କାଳୀ ନାମକ ଟ୍ରଲରେ ମାଛ ଧରିବା କାର୍ଯ୍ୟରେ ନିୟୋଜିତ ଥିଲେ । ତେବେ ଏହି ନିଖୋଜ ଘଟଣା ପରେ ପରିବାର ଲୋକେ କହିଛନ୍ତି ଗତ ଶୁକ୍ରବାର ପାଖରୁ ସମୁଦ୍ରକୁ ମାଛ ଧରିବାକୁ ଗଲାବେଳେ ଥରେ ମାତ୍ର ଫୋନରେ ଘର ଲୋକଙ୍କ ସହ ଯୋଗାଯୋଗ ହୋଇଥିଲେ । ଏହା ପରେ ଓୟାରଲେସ ଯୋଗେ ମାଲିକଙ୍କ ସହିତ ମଧ୍ୟ ଥରେ କଥା ହୋଇଥିଲେ ।
ମାତ୍ର ସେବେଠୁ ଆଜି ପର୍ଯ୍ୟନ୍ତ କାହାକୁ ଵି ସେମାନେ ଆଉ ଯୋଗାଯୋଗ କରି ନାହାନ୍ତି ଏହାକୁ ନେଇ ପରିବାର ଭାଙ୍ଗି ପଡ଼ିଛନ୍ତି । ତେବେ ନିଖୋଜ ଥିବା ଭୋଗରାଇର ୩ ଜଣ ଯୁବକ ଗୋଟିଏ ପରିବାର ୩ ଭାଇ ଅଟନ୍ତି । ସେମାନେ ହେଲେ ରବୀନ୍ଦ୍ର ମାଝୀ ,ଜୟରାମ ମାଝୀ ଓ ଜଗନ୍ନାଥ ମାଝୀ । ନିଖୋଜ ଥିବା ଏହି ୩ ଭାଇଙ୍କୁ ଖୋଜି ଆଣିଦେବାକୁ ଓଡ଼ିଶା ଓ ପଶ୍ଚିମବଙ୍ଗର ଉଭୟ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ ।

