ଦାଦନ ଯାଇ ପଙ୍ଗୁ ହୋଇ ଫେରିଲେ ଦୁଇ ଭାଇ , ବଲାଙ୍ଗୀରରୁ ହୃଦୟବିଦାରକ ଚିତ୍ର

ବଲାଙ୍ଗୀର ଜିଲ୍ଲାରେ ଥମୁନି ଦାଦନ ଯନ୍ତ୍ରଣା, ଦାଦନ ହୋଇ ଯାଇଥିଲେ ପଙ୍ଗୁ ହୋଇ ଫେରିଲେ । ୫୦ହଜାର ଦେଇ କାମ ସାରିଦେଲା ଦାଦନ ଦଲାଲ, ସରକାରୀ ସହାୟତା ଅପେକ୍ଷାରେ ଗରିବ ପରିବାର ।

ବଲାଙ୍ଗୀର ଜିଲ୍ଲାରେ ଥମୁନି ଦାଦନ ଯନ୍ତ୍ରଣା, ଦାଦନ ହୋଇ ଯାଇଥିଲେ ପଙ୍ଗୁ ହୋଇ ଫେରିଲେ । ୫୦ହଜାର ଦେଇ କାମ ସାରିଦେଲା ଦାଦନ ଦଲାଲ, ସରକାରୀ ସହାୟତା ଅପେକ୍ଷାରେ ଗରିବ ପରିବାର । ବଲାଙ୍ଗୀର ତୁରେକେଲାରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଚିତ୍ର । ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ଗୋଟିଏ ପରିବାରର ଦୁଇ ଦୁଇ ଜଣ ମୁରବୀ ଆଜି ପଙ୍ଗୁ ସାଜି ଘରକୁ ଫେରିଛନ୍ତି । ମାଲିକର ଅବହେଳା ଏବଂ ଦଲାଲର ପ୍ରତାରଣା ଯୋଗୁଁ ଆଜି ଦୁଇ ଭାଇ ଜୀବନ୍ତ ଶବ ପାଲଟି ଯାଇଛନ୍ତି । ଗାଁର କପିଳ କାଣ୍ଡ, ବୟସ ୬୩ ବର୍ଷ ଏବଂ ତାଙ୍କ ସାନଭାଇ ଭୁବନ କାଣ୍ଡ, ବୟସ ୫୯ ବର୍ଷ । କିଛି ମାସ ତଳେ ଗାଁର ଜଣେ ମହିଳା ଦାଦନ ଦଲାଲ ମୁଣ୍ଡ ପିଛା ୫୦ ହଜାର ଟଙ୍କାର ଅଗ୍ରୀମ ଦେଇ, ଏହି ଦୁଇ ପରିବାରକୁ ହାଇଦ୍ରାବାଦର ଏକ ଇଟାଭାଟିକୁ କାମ କରିବାକୁ ପଠାଇଥିଲା ।

ଆଶା ଥିଲା ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବେ । ହେଲେ ବିଧିର ବିଧାନ ଥିଲା କିଛି ଓଲଟା। କାମ କରୁଥିବା ସମୟରେ ହଠାତ୍ ଇଟାଭାଟିର ଏକ ପାଣି ଟ୍ୟାଙ୍କର ଭାଙ୍ଗିଯାଇ କପିଳ ଓ ଭୁବନଙ୍କ ଉପରକୁ ମାଡ଼ି ବସିଥିଲା। ଘଟଣାସ୍ଥଳରେ ହିଁ ଦୁଇ ଭାଇ ଚାପି ହୋଇ ଛଟପଟ ହୋଇଥିଲେ । ଇଟାଭାଟି ମାଲିକ ମାତ୍ର ପ୍ରାଥମିକ ଚିକିତ୍ସା କରି ସେମାନଙ୍କୁ ସେମିତି ଅସହାୟ ଅବସ୍ଥାରେ ଛାଡ଼ିଦେଇଥିଲା । ଏବେ ଏହି ଦୁଇ ଶ୍ରମିକ ଶତପ୍ରତିଶତ ଭିନ୍ନକ୍ଷମ ହୋଇ ଘରକୁ ଫେରିଛନ୍ତି । ଯେଉଁ ମହିଳା ଦଲାଲ ସେମାନଙ୍କୁ ପଠାଇଥିଲା, ସେ ମଧ୍ୟ ମୁଣ୍ଡ ପିଛା ୫୦ ହଜାର ଟଙ୍କା ଦେଇ ନିଜ କାମ ସାରି ଦେଇଛି ଏବଂ ଏବେ ସେମାନଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି । ଘରର ଦୁଇ ମୁରବୀ ଶେଯରେ ପଡ଼ିଥିବା ବେଳେ ପରିବାର ଚଳିବ କେମିତି, ସେହି ଚିନ୍ତା ଏବେ ସେମାନଙ୍କୁ ଘାରିଛି । ସେପଟେ ଆମେ ସହାୟତା କରିବୁ ବୋଲି କହିଛନ୍ତି ସ୍ଥାନୀୟ ବିଡ଼ିଓ । 

Leave a Reply

Your email address will not be published. Required fields are marked *