ଗାଜା ଯୁଦ୍ଧକୁ ନେଇ ଇସ୍ରାଏଲ ସରକାରଙ୍କ କାର୍ଯ୍ୟକଳାପର ସମାଲୋଚନା କରିଆସୁଥିବା ନ୍ୟୁୟର୍କ ସିଟି ମେୟର ଜୋହରାନ ମାମଦାନିଙ୍କୁ ଟାର୍ଗେଟ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।
ଗାଜା ଯୁଦ୍ଧକୁ ନେଇ ଇସ୍ରାଏଲ ସରକାରଙ୍କ କାର୍ଯ୍ୟକଳାପର ସମାଲୋଚନା କରିଆସୁଥିବା ନ୍ୟୁୟର୍କ ସିଟି ମେୟର ଜୋହରାନ ମାମଦାନିଙ୍କୁ ଟାର୍ଗେଟ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଏକ ପଚରାଉଚରାରେ ନେତାନ୍ୟାହୁ ଅଭିଯୋଗ କରିଛନ୍ତି ଯେ, ମାମଦାନି ଘୃଣାର ବାତାବରଣ ସୃଷ୍ଟି କରୁଛନ୍ତି ଏବଂ ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରୁଛନ୍ତି । ସେ ଆଇସିସିର ଯୁଦ୍ଧ ଅପରାଧ ଅଭିଯୋଗକୁ ମଧ୍ୟ ଭିତ୍ତିହୀନ ବୋଲି କହିଛନ୍ତି ।
ଏହାର ଜବାବରେ ମାମଦାନି କହିଛନ୍ତି, ସେ ଏପରି ଅଭିଯୋଗକୁ ନେଇ କୌଣସି ବାକ୍ଯୁଦ୍ଧରେ ସାମିଲ ହେବେ ନାହିଁ । ତାଙ୍କର ଲକ୍ଷ୍ୟ ଗାଜାର ମାନବୀୟ ସଙ୍କଟ ଏବଂ ଆନ୍ତର୍ଜାତିକ ଆଇନକୁ ନେଇ ନିଜ ମତ ପ୍ରକାଶ କରିବା ବୋଲି ସେ ସ୍ପଷ୍ଟ କରିଛନ୍ତି । ମାମଦାନି ପୂର୍ବରୁ ନେତାନ୍ୟାହୁଙ୍କୁ ଆଇସିସି ଗିରଫ ପରୱାନା ଆଧାରରେ ଗିରଫ କରାଯିବା ଉଚିତ ବୋଲି କହିଥିଲେ । ତେବେ ପରେ ସେ ସ୍ୱୀକାର କରିଥିଲେ ଯେ ନ୍ୟୁୟର୍କ ସହର ପ୍ରଶାସନ ପାଖରେ ଏଭଳି ଗିରଫ କରିବାର ଆଇନଗତ କ୍ଷମତା ନାହିଁ । ଏହି ବାକ୍ଯୁଦ୍ଧ ଏଭଳି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ନେତାନ୍ୟାହୁ ହ୍ୱାଇଟ୍ ହାଉସ୍ ଗସ୍ତରେ ରହିଛନ୍ତି । ଗାଜା ଯୁଦ୍ଧ, ଆମେରିକା-ଇସ୍ରାଏଲ ସମ୍ପର୍କ ଏବଂ ମଧ୍ୟପୂର୍ବର ସୁରକ୍ଷା ପ୍ରସଙ୍ଗ ଉପରେ ଉଚ୍ଚସ୍ତରୀୟ ଆଲୋଚନା ହେବାର ସମ୍ଭାବନା ରହିଛି ।

