ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ଦେଶର ୧ କୋଟି ଯୁବବର୍ଗଙ୍କୁ ଦିଆଯିବ ଏଆଇ ଟ୍ରେନିଂ

ଯଦି କୌଣସି ପ୍ରେରଣା ଶକ୍ତି ରହିଛି, ତେବେ ସେହି ଶକ୍ତି ହେଉଛନ୍ତି ମୋ ଦେଶର ଯୁବପିଢ଼ି। ଏହା ହେଉଛି ମୋ ଦେଶର ଯୁବଶକ୍ତି। ବିକଶିତ ଭାରତର ଯାତ୍ରାରେ ଯୁବପିଢ଼ିଙ୍କର ବହୁତ ବଡ଼ ଭୂମିକା ରହିଛି।ଆଜି ଲାଲକିଲ୍ଲାର ପ୍ରାଚୀରରୁ ମୁଁ ଦେଶର ଯୁବପିଢ଼ି ପାଇଁ ଏକ ବଡ଼ ଘୋଷଣା କରିବାକୁ ଚାହୁଁଛି। ଆମେ ସଂକଳ୍ପ ନେଇଛୁ ଯେ, ଆଗାମୀ ଏକ ବର୍ଷ ମଧ୍ୟରେ ୧ କୋଟି ଯୁବକ-ଯୁବତୀଙ୍କୁ ଏଆଇ ସ୍କିଲ୍ ଟ୍ରେନିଂ ଦେବାର କାର୍ୟ୍ୟ କରାଯିବ, ଯାହାଦ୍ୱାରା ଆମ ଦେଶର ଯୁବପିଢ଼ି ଏଆଇ କ୍ଷେତ୍ରରେ ମଧ୍ୟ ବିଶ୍ୱର ନେତୃତ୍ୱ ନେବାର କ୍ଷମତା ହାସଲ କରିପାରିବେ।”

 ସାରା ଦେଶ ଆଜି ୮୦ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ବିଭିନ୍ନ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,“ମୋର ପ୍ରିୟ ଦେଶବାସୀ, ଯେତେବେଳେ ମୁଁ ବିକଶିତ ଭାରତ କଥା କହେ, ଯେତେବେଳେ ମୁଁ ଦେଶକୁ ଦ୍ରୁତ ଗତିରେ ଆଗକୁ ନେବା କଥା କହେ—ସେତେବେଳେ ଏହାର ସବୁଠାରୁ ବଡ଼ ଲାଭ କାହାକୁ ମିଳିବ? ଏହି ସମସ୍ତ ପ୍ରୟାସ ପଛରେ ସବୁଠାରୁ ବଡ଼ ପ୍ରେରଣା ଶକ୍ତି କିଏ?

ଯଦି କୌଣସି ପ୍ରେରଣା ଶକ୍ତି ରହିଛି, ତେବେ ସେହି ଶକ୍ତି ହେଉଛନ୍ତି ମୋ ଦେଶର ଯୁବପିଢ଼ି। ଏହା ହେଉଛି ମୋ ଦେଶର ଯୁବଶକ୍ତି। ବିକଶିତ ଭାରତର ଯାତ୍ରାରେ ଯୁବପିଢ଼ିଙ୍କର ବହୁତ ବଡ଼ ଭୂମିକା ରହିଛି।ଆଜି ଲାଲକିଲ୍ଲାର ପ୍ରାଚୀରରୁ ମୁଁ ଦେଶର ଯୁବପିଢ଼ି ପାଇଁ ଏକ ବଡ଼ ଘୋଷଣା କରିବାକୁ ଚାହୁଁଛି। ଆମେ ସଂକଳ୍ପ ନେଇଛୁ ଯେ, ଆଗାମୀ ଏକ ବର୍ଷ ମଧ୍ୟରେ ୧ କୋଟି ଯୁବକ-ଯୁବତୀଙ୍କୁ ଏଆଇ ସ୍କିଲ୍ ଟ୍ରେନିଂ ଦେବାର କାର୍ୟ୍ୟ କରାଯିବ, ଯାହାଦ୍ୱାରା ଆମ ଦେଶର ଯୁବପିଢ଼ି ଏଆଇ କ୍ଷେତ୍ରରେ ମଧ୍ୟ ବିଶ୍ୱର ନେତୃତ୍ୱ ନେବାର କ୍ଷମତା ହାସଲ କରିପାରିବେ।”

ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା କୋଚିଂ, 
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମାଗଣା ଅନଲାଇନ୍ କୋଚିଂ ପ୍ରଦାନ କରିବା ପାଇଁ ଏକ ବଡ଼ ନେଟୱର୍କ ଗଠନ କରାଯିବ। ଆଜିକାଲି ଅଭିଭାବକମାନେ ଭାବୁଛନ୍ତି ଯେ, ଯଦି ସେମାନଙ୍କ ପିଲା କୋଚିଂ ନେଉନାହିଁ, ତେବେ ସେ ପଛରେ ପଡ଼ିଯିବ। ଏହା ଧୀରେ ଧୀରେ ଏକ ପ୍ରତିଷ୍ଠାର ପ୍ରତିଯୋଗିତାରେ ପରିଣତ ହୋଇଛି।

ନୂଆ ନିୟମ ଗଢ଼ିବାକୁ ପଡ଼ିବ 
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆଗାମୀ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମକୁ ନୀତି ଓ ନିୟମ ଗଢ଼ିବାକୁ ପଡ଼ିବ।” ସେ କହିଛନ୍ତି, “ଭାରତ ପାଖରେ ଏକ ସ୍ଥିର ରାଜନୈତିକ ଜନାଦେଶ, ସ୍ଥିର ସରକାର, ସଜୀବ ଗଣତନ୍ତ୍ର, ଏକ ଶକ୍ତିଶାଳୀ ନ୍ୟାୟପାଳିକା ଏବଂ ଏଭଳି ଏକ ସମ୍ବିଧାନ ରହିଛି, ଯାହା ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରୁଛି।” ନିକଟରେ ଭାରତ ଯେଉଁ ବାଣିଜ୍ୟିକ ଚୁକ୍ତିଗୁଡ଼ିକ କରିଛି, ସେଗୁଡ଼ିକ ଦେଶ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଏମଏସଏମଇ  କ୍ଷେତ୍ରକୁ ଆହ୍ୱାନ ଦେଇ କହିଛନ୍ତି ଯେ, ଏହି ସୁଯୋଗକୁ ହାତଛଡ଼ା କରିବା ଉଚିତ ନୁହେଁ।

୫ଟି ନୂଆ ନ୍ୟୁକ୍ଲିୟର ରିଆକ୍ଟର ଆରମ୍ଭ କରିବାର ଲକ୍ଷ୍ୟ 
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏନର୍ଜି ସିକ୍ୟୁରିଟିର ଏକ ବଡ଼ ମାଧ୍ୟମ ହେଉଛି ପରମାଣୁ ଶକ୍ତି। ଆମେ ସଂସଦରେ ‘ଶାନ୍ତି ଆକ୍ଟ’ ପାସ୍ କରି ଏକ ନୂଆ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବାର ରାସ୍ତା ପ୍ରସ୍ତୁତ କରିଛୁ।” ସେ କହିଛନ୍ତି, ୨୦୪୭ ସୁଦ୍ଧା ଭାରତ ୧୦୦ ଜିଗା ୱାଟ୍ ପରମାଣୁ ଶକ୍ତି ଉତ୍ପାଦନର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି। ଏହା ସହିତ ଆଗାମୀ ଏକ ଦଶନ୍ଧି ମଧ୍ୟରେ ୫ଟି ନୂଆ ନ୍ୟୁକ୍ଲିୟର ରିଆକ୍ଟର ଆରମ୍ଭ କରିବାର ଲକ୍ଷ୍ୟ ରଖାଯାଇଛି।

Leave a Reply

Your email address will not be published. Required fields are marked *