‘ଲକ୍ ଅପ୍ ୨’ରେ ହିନା-ଶିଳ୍ପା ମୁହାଁମୁହିଁ , ‘ଅଙ୍ଗୁରୀ ଭାବୀ’ଙ୍କୁ ନେଇ ଜୋରଦାର ବିବାଦ

ଟିଭି ଜଗତର ପୁରୁଣା ବିବାଦ ପୁଣି ଥରେ ସାମ୍ନାକୁ ଆସିଛି। ‘ଲକ୍ ଅପ୍ ୨’ ମଞ୍ଚରେ ମୁହାଁମୁହିଁ ହୋଇଛନ୍ତି ହିନା ଖାନ୍ ଓ ଶିଳ୍ପା ଶିନ୍ଦେ । ‘ଅଙ୍ଗୁରୀ ଭାବୀ’ ଚରିତ୍ର ପାଇଁ ପରିଚିତ ଶିଳ୍ପାଙ୍କ ଉପରେ ହିନା ଲଗାଇଛନ୍ତି ଗୁରୁତର ଅଭିଯୋଗ ।

ଟିଭି ଜଗତର ପୁରୁଣା ବିବାଦ ପୁଣି ଥରେ ସାମ୍ନାକୁ ଆସିଛି। ‘ଲକ୍ ଅପ୍ ୨’ ମଞ୍ଚରେ ମୁହାଁମୁହିଁ ହୋଇଛନ୍ତି ହିନା ଖାନ୍ ଓ ଶିଳ୍ପା ଶିନ୍ଦେ । ‘ଅଙ୍ଗୁରୀ ଭାବୀ’ ଚରିତ୍ର ପାଇଁ ପରିଚିତ ଶିଳ୍ପାଙ୍କ ଉପରେ ହିନା ଲଗାଇଛନ୍ତି ଗୁରୁତର ଅଭିଯୋଗ । ଏହି ଘଟଣା ପରେ ରିଅଲିଟି ଶୋ’ରେ ଡ୍ରାମା ଆହୁରି ବଢ଼ିଯାଇଛି । ରିଅଲିଟି ଶୋ’ ‘ଲକ୍ ଅପ୍ ୨’ରେ ଦେଖିବାକୁ ମିଳିଛି ହାଇ ଭୋଲଟେଜ୍ ଡ୍ରାମା । ବିଚାର ଦିବସରେ ଅତିଥି ଭାବେ ଆସିଥିବା ହିନା ଖାନ୍ ଓ ଉର୍ଫି ଜାଭେଦ୍ ଶୋ’ର ପ୍ରତିଯୋଗୀଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ହିନା ଖାନ୍ ଶିଳ୍ପା ଶିନ୍ଦେଙ୍କ ଖେଳ ଓ ଆଚରଣକୁ ନେଇ ପ୍ରଶ୍ନ ଉଠାଇଥିଲେ । ହିନା ଅଭିଯୋଗ କରିଥିଲେ ଯେ, ଶିଳ୍ପା ଶିନ୍ଦେ ଅନ୍ୟ ପ୍ରତିଯୋଗୀଙ୍କ ଚରିତ୍ର ଉପରେ ଟିପ୍ପଣୀ କରି ଭୁଲ୍ ଧାରଣା ସୃଷ୍ଟି କରୁଛନ୍ତି ।

ବିଶେଷ କରି ଶିବାଙ୍ଗୀ ଜୋଶୀଙ୍କୁ ନେଇ ହୋଇଥିବା ଟିପ୍ପଣୀକୁ ହିନା ବିରୋଧ କରିଥିଲେ । ଅନ୍ୟପଟେ ଶିଳ୍ପା ଶିନ୍ଦେ ମଧ୍ୟ ହିନାଙ୍କ ଅଭିଯୋଗର ଜବାବ ଦେଇଥିଲେ। ସେ ହିନାଙ୍କ କଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି । ଦୁଇ ଅଭିନେତ୍ରୀଙ୍କ ମଧ୍ୟରେ ଏହି ବିତର୍କ ପୁରୁଣା ‘ବିଗ୍ ବସ୍ ୧୧’ର ପ୍ରତିଦ୍ୱନ୍ଦ୍ୱିତାକୁ ପୁଣି ଚର୍ଚ୍ଚାକୁ ଆଣିଛି । ସୋସିଆଲ୍ ମିଡିଆରେ ମଧ୍ୟ ଏହି ମୁହାଁମୁହିଁକୁ ନେଇ ଚର୍ଚ୍ଚା ଜୋର ଧରିଛି। କିଛି ଦର୍ଶକ ହିନାଙ୍କ ମତକୁ ସମର୍ଥନ କରୁଥିବା ବେଳେ, ଆଉ କିଛି ଶିଳ୍ପାଙ୍କ ପକ୍ଷ ନେଉଛନ୍ତି । 

Leave a Reply

Your email address will not be published. Required fields are marked *