ରେଭେନ୍ସା ବିବାଦର ସମାଧାନ ପାଇଁ ପ୍ରୟାସ ; ‘ରୁଟା’ ସଦସ୍ୟଙ୍କ ସହ କୁଳପତିଙ୍କ ଆଲୋଚନା

ବହୁ ବାଦବିବାଦ ପରେ ଶେଷରେ ‘ରୁଟା’ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି କୁଳପତି । ରେଭେନ୍ସାର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବାହ୍ୟ ତଥା ରାଜନୈତିକ ହସ୍ତକ୍ଷେପ ରୋକିବା ପାଇଁ ସେ କୁଳାଧିପତି ଓ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ।

ରେଭେନ୍ସା ବିବାଦର ସମାଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ବହୁ ବାଦବିବାଦ ପରେ ଶେଷରେ ‘ରୁଟା’ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି କୁଳପତି । ରେଭେନ୍ସାର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବାହ୍ୟ ତଥା ରାଜନୈତିକ ହସ୍ତକ୍ଷେପ ରୋକିବା ପାଇଁ ସେ କୁଳାଧିପତି ଓ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି । ଏ ଦିଗରେ ବିଭାଗ ଖୁବ୍‌ଶୀଘ୍ର ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିବାକୁ ପ୍ରତିଶ୍ରୁତି ଦେଇଥିବା ରୁଟାର ସଦସ୍ୟ ମାନଙ୍କୁ କହିଛନ୍ତି କୁଳପତି ।

ଅନ୍ୟପଟେ ପୁରୁଣା ରେସିଡେନ୍ସି କମିଟି ସହ ଆଲୋଚନା ନକରି ଗଠନ ହୋଇଥିବା ନୂଆ କମିଟିର ବିଜ୍ଞପ୍ତି ବାତିଲ କରିବାକୁ ରୁଟା ପକ୍ଷରୁ ହୋଇଥିବା ଦାବି ଉପରେ ଏଥିରେ ଆଲୋଚନା ହୋଇଥିଲା । ଉକ୍ତ ଦାବିର ସମାଧାନ ପାଇଁ ଆସନ୍ତା ଦୁଇ ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ କରାଯିବ । ଆବଶ୍ୟକ ହେଲେ ନୂଆ ଓ ପୁରୁଣା ରେସିଡେନ୍ସି କମିଟିକୁ ନେଇ ଏକ ବୈଠକ କରାଯିବ । ଏଥିରେ ଦୁଇ କମିଟିର ସମସ୍ତ ସଦସ୍ୟଙ୍କ ସ‌ହମତିରେ ଦାବିର ସମାଧାନ ପାଇଁ ବାଟ ବାହାର କରାଯିବ ବୋଲି କୁଳପତି କହିଛନ୍ତି ।

Leave a Reply

Your email address will not be published. Required fields are marked *