ରାୟପୁରରୁ ସ୍ଥାନାନ୍ତର ହେବନି ଭାରତ-ଜିମ୍ବାୱେ ମହିଳା ସିରିଜ

ଅକ୍ଟୋବର ୧୨ରୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ଜଣେ ଦର୍ଶକ ଏକାଥରକେ ସର୍ବାଧିକ ୬ଟି ଟିକେଟ୍‌ କିଣିପାରିବେ। ଷ୍ଟାଡିୟମ୍‌ରେ ଭୂତଳ ଜଳ ବ୍ୟବହାରକୁ ନେଇ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ପକ୍ଷରୁ ଉଠାଯାଇଥିବା ପ୍ରଶ୍ନ ପରେ ଆବଶ୍ୟକ ଅନୁମତି ମିଳିଥିବା ଶାହ କହିଛନ୍ତି।

 ଭୂତଳ ଜଳ ବ୍ୟବହାରକୁ ନେଇ ଦେଖାଦେଇଥିବା ପରିବେଶଗତ ଚିନ୍ତା ଦୂର ହେବା ପରେ ଭାରତ-ଜିମ୍ବାୱେ ମହିଳା ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳା ଆୟୋଜନ ପାଇଁ ଛତିଶଗଡ଼ର ରାୟପୁର ସହରକୁ ଅନୁମତି ମିଳିଛି। ଚଳିତ ଅକ୍ଟୋବର ୧୬ରୁ ୨୦ ତାରିଖ ମଧ୍ୟରେ ଏହି ଶୃଙ୍ଖଳାର ତିନିଟି ମ୍ୟାଚ୍‌ ନୂଆରାୟପୁରସ୍ଥିତ ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ। ସମସ୍ତ ମ୍ୟାଚ୍‌ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ଛତିଶଗଡ଼ କ୍ରିକେଟ୍‌ ସଂଘର ନିର୍ଦ୍ଦେଶକ ବିଜୟ ଶାହ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଅକ୍ଟୋବର ୧୨ରୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ଜଣେ ଦର୍ଶକ ଏକାଥରକେ ସର୍ବାଧିକ ୬ଟି ଟିକେଟ୍‌ କିଣିପାରିବେ। ଷ୍ଟାଡିୟମ୍‌ରେ ଭୂତଳ ଜଳ ବ୍ୟବହାରକୁ ନେଇ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ପକ୍ଷରୁ ଉଠାଯାଇଥିବା ପ୍ରଶ୍ନ ପରେ ଆବଶ୍ୟକ ଅନୁମତି ମିଳିଥିବା ଶାହ କହିଛନ୍ତି। ଏନ୍‌ଜିଟି ନିୟମ ଅନୁସାରେ ଷ୍ଟାଡିୟମ୍‌ରେ ଏକ ବର୍ଜ୍ୟଜଳ ବିଶୋଧନ କେନ୍ଦ୍ର (ଏସ୍‌ଟିପି) ସ୍ଥାପନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ସେହିଭଳି ଜଳ ବ୍ୟବହାର ଉପରେ ନଜର ରଖିବାକୁ ଫ୍ଲୋ ମିଟର ମଧ୍ୟ ଲଗାଯାଇଛି। ସୂଚନାଯୋଗ୍ୟ ଯେ ଜାତୀୟ ମହିଳା ଦଳ ଅକ୍ଟୋବର ୧୧ରେ ରାୟପୁରରେ ପହଞ୍ଚିବାକୁ ଥିବା ବେଳେ ଜିମ୍ବାୱେ ଦଳ ୧୨ ତାରିଖରେ ପହଞ୍ଚିବ।

Leave a Reply

Your email address will not be published. Required fields are marked *