ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ୱାଶିଂଟନ୍ ସୁନ୍ଦର ପ୍ରଥମ ଟେଷ୍ଟ ପାଇଁ ଚୟନ ପାଇଁ ଉପଲବ୍ଧ ନଥିଲେ । ସେହିପରି ଜସପ୍ରୀତ ବୁମରା ଓ ସାଇ ସୁଦର୍ଶନଙ୍କ ଅନ୍ତିମ ଚୟନ ସେଣ୍ଟର ଅଫ୍ ଏକ୍ସିଲେନ୍ସ (COE)ର ଫିଟନେସ୍ କ୍ଲିୟାରେନ୍ସ ଉପରେ ନିର୍ଭର କରିବ । ଏହି ସିରିଜ୍ରେ ଯୁବ ଖେଳାଳିଙ୍କ ସହ ଅଭିଜ୍ଞତା କ୍ରିକେଟରଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି ।
ଅଗଷ୍ଟ ମାସରେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ଦୁଇଟି ଟେଷ୍ଟ ମ୍ୟାଚ୍ର ଶୃଙ୍ଖଳା ଖେଳିବ । ଏହି ସିରିଜ୍ ପାଇଁ ମଙ୍ଗଳବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଏଥର ମଧ୍ୟ ଶୁବମନ ଗିଲଙ୍କ ହାତରେ ଅଧିନାୟକତ୍ୱ ଦାୟିତ୍ୱ ରହିଥିବାବେଳେ କେ.ଏଲ୍. ରାହୁଲଙ୍କୁ ଉପ-ଅଧିନାୟକ କରାଯାଇଛି । ୱିକେଟ୍କିପର ଭାବେ ଋଷଭ ପନ୍ତ ଓ ଧ୍ରୁବ ଜୁରେଲଙ୍କୁ ଦଳରେ ସ୍ଥାନ ମିଳିଛି ।
ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ୱାଶିଂଟନ୍ ସୁନ୍ଦର ପ୍ରଥମ ଟେଷ୍ଟ ପାଇଁ ଚୟନ ପାଇଁ ଉପଲବ୍ଧ ନଥିଲେ । ସେହିପରି ଜସପ୍ରୀତ ବୁମରା ଓ ସାଇ ସୁଦର୍ଶନଙ୍କ ଅନ୍ତିମ ଚୟନ ସେଣ୍ଟର ଅଫ୍ ଏକ୍ସିଲେନ୍ସ (COE)ର ଫିଟନେସ୍ କ୍ଲିୟାରେନ୍ସ ଉପରେ ନିର୍ଭର କରିବ । ଏହି ସିରିଜ୍ରେ ଯୁବ ଖେଳାଳିଙ୍କ ସହ ଅଭିଜ୍ଞତା କ୍ରିକେଟରଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି । ଶ୍ରୀଲଙ୍କାର ସ୍ପିନ୍ ସହାୟକ ପିଚ୍କୁ ଦୃଷ୍ଟିରେ ରଖି ଭାରତ ଏକ ସନ୍ତୁଳିତ ଦଳ ଚୟନ କରିଥିବା ଦେଖିବାକୁ ମିଳିଛି । ଏଥି ସହିତ ରବୀନ୍ଦ୍ର ଜାଡେଜାଙ୍କ ବଡ଼ ପ୍ରତ୍ୟାବର୍ତ୍ତନ ହେବାକୁ ଯାଉଛି ।
ଆଫଗାନିସ୍ତାନ ବିପକ୍ଷ ଟେଷ୍ଟରେ ବିଶ୍ରାମ ପାଇଥିବା ଜାଡେଜା ଏବେ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳା ପାଇଁ ଦଳକୁ ଫେରିଛନ୍ତି । ଟେଷ୍ଟ କ୍ରିକେଟ୍ରେ ଜାଡେଜାଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବଶାଳୀ ରହିଛି । ସେ ଏପର୍ଯ୍ୟନ୍ତ ୮୯ଟି ଟେଷ୍ଟ ଖେଳି ୪,୦୯୫ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ବ୍ୟାଟିଂ ହାର ୩୮.୨୭, ଯେଉଁଥିରେ ୬ଟି ଶତକ ଓ ୨୮ଟି ଅର୍ଦ୍ଧଶତକ ସାମିଲ ରହିଛି । ବୋଲିଂରେ ସେ ୩୪୮ଟି ୱିକେଟ୍ ନେଇଥିବା ବେଳେ ୧୫ ଥର ପାଞ୍ଚ ୱିକେଟ୍ ସଫଳତା ହାସଲ କରିଛନ୍ତି ।
ଶ୍ରୀଲଙ୍କାର ସ୍ପିନ୍ ସହାୟକ ପିଚ୍କୁ ଦୃଷ୍ଟିରେ ରଖିଲେ ଜାଡେଜାଙ୍କ ବାମହାତୀ ସ୍ପିନ୍ ଏବଂ ନିମ୍ନକ୍ରମରେ ଉପଯୋଗୀ ବ୍ୟାଟିଂ ଭାରତ ପାଇଁ ବଡ଼ ଅସ୍ତ୍ର ହୋଇପାରେ । କୁଲଦୀପ ଯାଦବଙ୍କ ସହ ମିଶି ସେ ଭାରତର ସ୍ପିନ୍ ଆକ୍ରମଣର ମୁଖ୍ୟ ଦାୟିତ୍ୱ ସମ୍ଭାଳିବେ ବୋଲି ଆଶା କରାଯାଉଛି ।
ସେପଟେ ଦିନିକିଆ କ୍ରିକେଟ୍ରେ ଡେବ୍ୟୁ କରିଥିବା ଦ୍ରୁତ ବୋଲର ଗୁରନୂର ବରାର ଏହି ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଟେଷ୍ଟ ଡେବ୍ୟୁ କରିପାରନ୍ତି । ଏହାପୂର୍ବରୁ ସେ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ପାଇଁ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ପ୍ଲେଇଂ- ଇଲେଭେନ ରେ ସୁଯୋଗ ପାଇନଥିଲେ। ଅନ୍ୟପଟେ, ସାରାଂଶ ଜେନ୍ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । ମଧ୍ୟପ୍ରଦେଶର ଏହି ଅଲରାଉଣ୍ଡର ଅଫ୍-ସ୍ପିନ୍ ବୋଲିଂ ସହ ବାମହାତୀ ବ୍ୟାଟିଂ ପାଇଁ ଜଣାଶୁଣା ।
ବିସିସିଆଇ ପକ୍ଷରୁ ଜାରି ବିବୃତ୍ତି ଅନୁସାରେ, ସାଇ ସୁଦର୍ଶନ ଏବଂ ଜସପ୍ରୀତ ବୁମରାଙ୍କ ଉପଲବ୍ଧତା ସେଣ୍ଟର ଅଫ୍ ଏକ୍ସିଲେନ୍ସ (COE)ର ଫିଟନେସ୍ କ୍ଲିୟାରେନ୍ସ ଉପରେ ନିର୍ଭର କରିବ । ସେହିପରି ୱାଶିଂଟନ ସୁନ୍ଦର ପ୍ରଥମ ଟେଷ୍ଟ ପାଇଁ ଚୟନ ନିମନ୍ତେ ଉପଲବ୍ଧ ନଥିଲେ ।
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ:
ଶୁଭମନ ଗିଲ୍ (ଅଧିନାୟକ), କେ.ଏଲ୍. ରାହୁଲ (ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଋଷଭ ପନ୍ତ (ୱିକେଟକିପର), ଧ୍ରୁବ ଜୁରେଲ (ୱିକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଗୁରନୂର ବରାର, ଦେବଦତ୍ତ ପାଡିକ୍କଲ, ସାରାଂଶ ଜେନ୍, ଜସପ୍ରୀତ ବୁମରା (ଫିଟନେସ୍ କ୍ଲିୟାରେନ୍ସ ଅପେକ୍ଷାରେ), ସାଇ ସୁଦର୍ଶନ (ଫିଟନେସ୍ କ୍ଲିୟାରେନ୍ସ ଅପେକ୍ଷାରେ )।

