ମହାନଦୀ ବିବାଦରେ ବଡ଼ ଟ୍ୱିଷ୍ଟ, ସମାଧାନର ନିକଟତର ଓଡ଼ିଶା-ଛତିଶଗଡ଼

ସମାଧାନର ନିକଟତର ହେଉଛି ମହାନଦୀ ବିବାଦ । ଖୁବ ଶୀଘ୍ର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ଏହି ସମାଧାନ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ୍ ଡିସପୁଟ୍ ରିଜୋଲ୍ୟୁସନ୍ ପାଲଟିବ ।

ସମାଧାନର ନିକଟତର ହେଉଛି ମହାନଦୀ ବିବାଦ । ଖୁବ ଶୀଘ୍ର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ଏହି ସମାଧାନ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ୍ ଡିସପୁଟ୍ ରିଜୋଲ୍ୟୁସନ୍ ପାଲଟିବ । ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ମହାନଦୀ ମହାବୈଠକ ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାୟ ୧ ଘଣ୍ଟା ଧରି ଚାଲିଲା । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ନେଇ ବୈଠକରେ ମହାନଦୀକୁ ନେଇ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ ମଧ୍ୟ ଉପସ୍ଥିତ ରହିଥିଲେ ।

ବୈଠକ ପରେ ଆଲୋଚନା ସକରାତ୍ମକ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାମ୍ବାଦିକ ସମ୍ମିଳନୀ କରି ବୈଠକ ସମ୍ପର୍କରେ ସୂଚନା ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ଜଳ ବିବାଦ ପାଇଁ ସମାଧାନର ବାଟ ଫିଟୁଛି। ଆଗକୁ ସିଡବ୍ଲୁସି କରିବ ଜଳବିବାଦର ସମାଧାନ । ମହାନଦୀ ଓଡ଼ିଶାର ଜୀବନରେଖା । ପାନୀୟ ଜଳ ରୁ ଆରମ୍ଭ କରି ଜଳ ସେଚନ ପାଇଁ ଯେପରି ପର୍ଯ୍ୟାପ୍ତ ଜଳ ମିଳିବ ସେନେଇ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଉଭୟ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମାଧାନର ପନ୍ଥା ବାହାରିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *