ମୁର୍ଶିଦାବାଦରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା; ସ୍କୁଲ୍ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍, ୨ ଛାତ୍ରଛାତ୍ରୀଙ୍କ ସହ ୩ ମୃତ

କର୍ଣ୍ଣସୁବର୍ଣ୍ଣ ରେଳ ଷ୍ଟେସନ ନିକଟରେ ଏକ ସ୍କୁଲ୍ ଭ୍ୟାନକୁ ଲୋକାଲ ଟ୍ରେନ୍ ଧକ୍କା ଦେବାରୁ ୨ ଜଣ ଛାତ୍ରଛାତ୍ରୀଙ୍କ ସହ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ୪ ଜଣ ଶିଶୁ ଗୁରୁତର ଆହତ ହୋଇ ବହରମପୁର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। 

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଆଜିମଗଞ୍ଜ–କାଟୱା ରେଳପଥରେ ଏକ ହୃଦୟବିଦାରକ ରେଳ ଦୁର୍ଘଟଣା ଘଟିଛି । କର୍ଣ୍ଣସୁବର୍ଣ୍ଣ ରେଳ ଷ୍ଟେସନ ନିକଟରେ ଏକ ସ୍କୁଲ୍ ଭ୍ୟାନକୁ ଲୋକାଲ ଟ୍ରେନ୍ ଧକ୍କା ଦେବାରୁ ୨ ଜଣ ଛାତ୍ରଛାତ୍ରୀଙ୍କ ସହ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ୪ ଜଣ ଶିଶୁ ଗୁରୁତର ଆହତ ହୋଇ ବହରମପୁର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଆଜି ସକାଳ ପ୍ରାୟ ୭ଟା ସମୟରେ ଗୋବିନ୍ଦପୁର ରେଳ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସେତେବେଳେ ରେଳ ଫାଟକ ଖୋଲା ଥିବାରୁ ସ୍କୁଲ୍ ଭ୍ୟାନଟି ଟ୍ରାକ୍ ପାର ହେଉଥିବା ବେଳେ ଟ୍ରେନ୍ ଧକ୍କା ଦେଇଥିଲା । ଜଣେ ସାଇକେଲ ଆରୋହୀ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି ।

ଘଟଣା ପରେ ରେଳବାଇ ୧୦ ଜଣିଆ ତଦନ୍ତ ଟିମ୍ ଗଠନ କରିଛି। ରେଳ ପୁଲିସ ଓ ସ୍ଥାନୀୟ ପୁଲିସ ମିଳି ଘଟଣାର ତଦନ୍ତ କରୁଛନ୍ତି। ଏହି ଦୁର୍ଘଟଣା ଯୋଗୁଁ ଆଜିମଗଞ୍ଜ–କାଟୱା ରେଳପଥରେ କିଛି ସମୟ ପାଇଁ ଟ୍ରେନ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା।

Leave a Reply

Your email address will not be published. Required fields are marked *