“ଶୀଘ୍ର ଅନଶନ ଶେଷ କରନ୍ତୁ” – ସୋନମ ୱାଙ୍ଗଚୁକଙ୍କୁ ଆମିର ଖାନଙ୍କ ବାର୍ତ୍ତା

ସୋନମ ୱାଙ୍ଗଚୁକଙ୍କ ଚାଲିଥିବା ଅନଶନକୁ ନେଇ ବଲିଉଡ୍ ଅଭିନେତା ଆମିର ଖାନ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି। ବ୍ରିଟିଶ୍ ଫିଲ୍ମ ଇନଷ୍ଟିଟ୍ୟୁଟରେ କଥାହେବା ବେଳେ ସେ କହିଛନ୍ତି, ଆମେ ସମସ୍ତେ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ।

ପ୍ରସିଦ୍ଧ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କ ଚାଲିଥିବା ଅନଶନକୁ ନେଇ ବଲିଉଡ୍ ଅଭିନେତା ଆମିର ଖାନ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି। ବ୍ରିଟିଶ୍ ଫିଲ୍ମ ଇନଷ୍ଟିଟ୍ୟୁଟରେ କଥାହେବା ବେଳେ ସେ କହିଛନ୍ତି, ଆମେ ସମସ୍ତେ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ । ଆମର ଆଶା ଏହା ଯେ ସେ ଶୀଘ୍ର ନିଜ ଅନଶନ ଶେଷ କରିବେ ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବେ । ଏହି ସମୟରେ ଆମିର ଖାନ ‘3 Idiots’ ଫିଲ୍ମର ‘ରାଞ୍ଚୋ’ ଚରିତ୍ରକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, ରାଞ୍ଚୋ ଚରିତ୍ର ସୋନମ ୱାଙ୍ଗଚୁକଙ୍କ ଉପରେ ଆଧାରିତ ବୋଲି କୁହାଯାଉଥିବା କଥା ସତ ନୁହେଁ । ଫିଲ୍ମ ତିଆରି ସମୟରେ ଆମେ ସୋନମ ୱାଙ୍ଗଚୁକଙ୍କୁ ଜାଣି ନଥିଲୁ ।

ଆମିର କହିଛନ୍ତି, ସୋନମ ୱାଙ୍ଗଚୁକ ସମାଜ ପାଇଁ ଯେଉଁ କାମ କରୁଛନ୍ତି, ତାହା ପ୍ରଶଂସନୀୟ । କିନ୍ତୁ ତାଙ୍କ କାମକୁ ସମ୍ମାନ ଦେବା ପାଇଁ ‘3 Idiots’ର ରାଞ୍ଚୋ ଚରିତ୍ର ତାଙ୍କ ଉପରେ ଆଧାରିତ ବୋଲି କହିବା ଠିକ୍ ନୁହେଁ । ସେ କେବଳ ସଠିକ୍ ସୂଚନା ଦେବା ପାଇଁ ଏହି କଥା ସ୍ପଷ୍ଟ କରିଥିବା କରିଛନ୍ତି ।

Leave a Reply

Your email address will not be published. Required fields are marked *