ମାରିଜୁଆନା ମାଫିଆଙ୍କୁ ଝଟକା , ଜେଲ୍ ଗଲେ ୩ ଅଭିଯୁକ୍ତ

ମାରିଜୁଆନା କାରବାର ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଏବେ ଜେଲ୍ ଯାଇଛନ୍ତି । ଏହି ନିଶା କାରବାରର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ତାହାର ଖୋଳତାଡ଼ ଜାରି ରଖିଛି ତଦନ୍ତକାରୀ ସଂସ୍ଥା ।

ମାରିଜୁଆନା କାରବାର ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଏବେ ଜେଲ୍ ଯାଇଛନ୍ତି । ଏହି ନିଶା କାରବାରର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ତାହାର ଖୋଳତାଡ଼ ଜାରି ରଖିଛି ତଦନ୍ତକାରୀ ସଂସ୍ଥା । ମାମଲାରେ ୩ ଜଣ ଗିରଫ ହେବା ପରେ ଏବେ ମହିଳା ଲିଙ୍କ୍‌କୁ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ଭୁବନେଶ୍ୱର ବିମାନବନ୍ଦର ନିକଟ ଏକ ହୋଟେଲରୁ ଆଉ ଜଣେ ମାଷ୍ଟରମାଇଣ୍ଡକୁ ଧରିଛି ଡିଆରଆଇ । ଗିରଫ ହୋଇଥିବା ଯୁବକ ଜଣକ କେରଳର ୨୬ ବର୍ଷୀୟ ବୋଲି ଜଣାପଡ଼ିଛି ।

ତଦନ୍ତରୁ ଜଣାପଡ଼ିଛି ଯେ, ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ବସ୍ ଯୋଗେ ଏହି ନିଶାଦ୍ରବ୍ୟକୁ ବେଙ୍ଗାଲୁରୁ ପଠାଇବା ପାଇଁ ଯୋଜନା ହୋଇଥିଲା । ଏହି ନିଶା କାରବାର ପାଇଁ ଅଗ୍ରିମ ଭାବେ ୨ କୋଟି ଟଙ୍କା ଦିଆଯାଇଥିବା ତଦନ୍ତରୁ ସୂଚନା ମିଳିଛି । ଏପରିକି ଫୋନ୍ ପେ’ ମାଧ୍ୟମରେ ଲକ୍ଷାଧିକ ଟଙ୍କା ନେଣଦେଣ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଫେରୁଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ପ୍ରାୟ ୫ କୋଟି ଟଙ୍କାର ମାରିଜୁଆନା ସହ ଡିଆରଆଇ ଗିରଫ କରିଥିଲା । ଏହି ମାମଲାରେ ପ୍ରଥମ ଥର ପାଇଁ ଓଡ଼ିଶା ଲିଙ୍କ୍‌ରେ ଜଣେ ଓଡ଼ିଆ ଯୁବକ ଗିରଫ ହୋଇଥିବାରୁ, ନିଶା ନେଟୱର୍କର ଗଭୀରତା ନେଇ ଅଧିକ ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *