ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଉଠିଛି । ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ତିକ୍ତତା ବିଶ୍ୱ ସମୁଦାୟର ଚିନ୍ତାକୁ ବଢ଼ାଇ ଦେଇଛି । ଏହି ପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଟେଲିଫୋନ୍ ଯୋଗେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିବା ସୂଚନା ମିଳିଛି ।
ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଉଠିଛି । ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ତିକ୍ତତା ବିଶ୍ୱ ସମୁଦାୟର ଚିନ୍ତାକୁ ବଢ଼ାଇ ଦେଇଛି । ଏହି ପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଟେଲିଫୋନ୍ ଯୋଗେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ମଧ୍ୟପ୍ରାଚ୍ୟର ସଦ୍ୟ ସୁରକ୍ଷା ପରିସ୍ଥିତି, ଇରାନ ସହ ଚାଲିଥିବା ଉତ୍ତେଜନା ଏବଂ ଆଗାମୀ ରଣନୀତି ନେଇ ଉଭୟ ନେତାଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି ।
ଦୁଇ ଦେଶ ପରସ୍ପର ସମନ୍ୱୟ ରକ୍ଷା କରି ସୁରକ୍ଷା ଓ କୂଟନୀତିକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଥିବା କୁହାଯାଉଛି । ଏହା ପୂର୍ବରୁ ଶାନ୍ତି ପ୍ରୟାସ ଓ ଯୁଦ୍ଧବିରତି ନେଇ ଆଲୋଚନା ଚାଲିଥିଲେ ମଧ୍ୟ ଇରାନ ପକ୍ଷରୁ ପୁଣି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହାର ପାଲଟା ଜବାବରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ କରିଥିବା ଦାବି କରାଯାଉଛି । ଫଳରେ ଏହି ଅଞ୍ଚଳରେ ଉତ୍ତେଜନା ଆହୁରି ବଢ଼ିଛି ।

