ଡାକ୍ତରଙ୍କ ହାତଗୋଡ଼ ବାନ୍ଧି ଲୁଟିନେଲେ ଟଙ୍କା, ସୁନା : ଧର୍ମଗଡ଼ ପୁଲିସର ଛାନଭିନ

ଡାକ୍ତରଙ୍କ ହାତଗୋଡ଼ ବାନ୍ଧି ଲୁଟିନେଲେ ଟଙ୍କା, ସୁନା । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଲୁଟେରାଙ୍କ ଆତଙ୍କରାଜ। ଡାକ୍ତରଙ୍କ ଘର ପଶି ଆତଙ୍କ ଖେଳାଇଲେ ଲୁଟେରା।

ଡାକ୍ତରଙ୍କ ହାତଗୋଡ଼ ବାନ୍ଧି ଲୁଟିନେଲେ ଟଙ୍କା, ସୁନା । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଲୁଟେରାଙ୍କ ଆତଙ୍କରାଜ। ଡାକ୍ତରଙ୍କ ଘର ପଶି ଆତଙ୍କ ଖେଳାଇଲେ ଲୁଟେରା। ୪ ଜଣ ଦୁର୍ବୃତ୍ତ ଘରେ ପଶିବା ସହ ଡାକ୍ତରଙ୍କ ହାତ, ଗୋଡ଼ ବାନ୍ଧି ନଗଦ ୮୦ ହଜାର ଟଙ୍କା ସହ ସୁନା ଗହଣା ଓ ଦାମୀ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ।  ଖବର ପାଇ ଧର୍ମଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଲୁଟ୍ ଘଟଣାରେ ଜଡିତ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଦିନକୁ ଦିନ ଅପରାଧିକ ଘଟଣା ବୃଦ୍ଧି ପାଉଥିବାରୁ ସହରର ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *