ଭୟଙ୍କର ବସ୍ ଦୁର୍ଘଟଣା , ଟ୍ରକ୍‌କୁ ଧକ୍କା ଦେଲା ମିନିବସ୍; ୬ ମୃତ

ଭୟଙ୍କର ବସ୍ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ମିନିବସ୍ । ଜୀବନ ହାରିଲେ ୬ ଯାତ୍ରୀ ।  ଆସାମର ସୋନାପୁରରେ ୨୭ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟଣା ଘଟିଛି ।

ଭୟଙ୍କର ବସ୍ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ମିନିବସ୍ । ଜୀବନ ହାରିଲେ ୬ ଯାତ୍ରୀ ।  ଆସାମର ସୋନାପୁରରେ ୨୭ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟଣା ଘଟିଛି । ରବିବାର ସନ୍ଧ୍ୟାରେ ଏଠାରେ ମିନି ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ହୋଇଛନ୍ତି । ୨୭ ନମ୍ବର ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି । ସୋନାପୁର ଆଡକୁ ଯାଉଥିବା ଏକ ମିନିବସ ସାମ୍ନାପଟୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ଥିବା ଯାତ୍ରୀଙ୍କ ଚିତ୍କାର ଖୁବ୍ ଦୂରକୁ ଶୁଭିଥିଲା । ଏହାପରେ ଆଖପାଖର ଲୋକେ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଁଚିଥିଲେ । ଦୁର୍ଘଟଣାର ଖବର ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମୃତାହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ଚିକିତ୍ସା ଜାରି  ଥିବା ବେଳେ ପୁଲିସ ଉଭୟ ଗାଡିକୁ ଜବତ କରି ତଦନ୍ତ ଆମ୍ଭ କରିଛି । 

Leave a Reply

Your email address will not be published. Required fields are marked *