ଝୁଣି ଦେଲା ବାରହା । ଏକା ଲଢ଼ିଲେ ୬୨ ବର୍ଷୀୟ ବୃଦ୍ଧ । ଧାନ ବିଲକୁ ଯାଇଥିବାବେଳେ ହଟାତ ଆକ୍ରମଣ କରିଥିଲା ବାରହା । କିନ୍ତୁ ସାହସ ହରାଇ ନଥିଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ପିଟିଶାଳ ଗାଁର ଯୋଗେନ୍ଦ୍ର ଦଳେଇ ।
ଝୁଣି ଦେଲା ବାରହା । ଏକା ଲଢ଼ିଲେ ୬୨ ବର୍ଷୀୟ ବୃଦ୍ଧ । ଧାନ ବିଲକୁ ଯାଇଥିବାବେଳେ ହଟାତ ଆକ୍ରମଣ କରିଥିଲା ବାରହା । କିନ୍ତୁ ସାହସ ହରାଇ ନଥିଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ପିଟିଶାଳ ଗାଁର ଯୋଗେନ୍ଦ୍ର ଦଳେଇ । ଆକ୍ରମଣରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲେ ବି ବାରହୀ ସହ ଏକ ଘଣ୍ଟା ଧରି ଲଢ଼୍ଇ କରିଥିଲେ ।
ପରେ ବାରହା ତାଙ୍କୁ ଛାଡି ଚାଲି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରା ଯାଇଛି । ସେଠାରେ ଚିକିତ୍ସା ପରେ ଏବେ ସୁସ୍ଥ ଅଛନ୍ତି । ଏହି ଅଞ୍ଚଳରେ ବାରହା ଉପଦ୍ରଵ ଏବେ ସ୍ଥାନୀୟ ଲୋକଙ୍କ ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛି । ବାରମ୍ବାର ଲୋକଙ୍କୁ ଆକ୍ରମଣ କରୁଛି ବାରହା । ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟଲୋକ ଦାବି କରିଛନ୍ତି ।

