ଭୁବନେଶ୍ବରୀ ବେଶରେ ମାଆ ଝାଞ୍ଜିରୀମଙ୍ଗଳା! ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ଗହଳି

ଦେବୀ ପୀଠରେ ଚାଲିଛି ମାଁ ଙ୍କ ଷୋଡ଼ଷ ଉପଚାର ପୂଜା । କଟକର ଅନ୍ୟତମ ଶକ୍ତିପୀଠ ହେଉଛି ମାଁ ଝାଞ୍ଜିରୀମଙ୍ଗଳା ମନ୍ଦିର । ମୂଳାଷ୍ଟମୀରେ ମାଁ ଙ୍କ ଘଟ ସ୍ଥାପନ କରାଯାଇ ଆରମ୍ଭ ହୋଇଛି ମାଁ ଙ୍କ ଷୋଡ଼ଷ ଉପଚାର ପୂଜା ।

 ଦେବୀ ପୀଠରେ ଚାଲିଛି ମାଁ ଙ୍କ ଷୋଡ଼ଷ ଉପଚାର ପୂଜା । କଟକର ଅନ୍ୟତମ ଶକ୍ତିପୀଠ ହେଉଛି ମାଁ ଝାଞ୍ଜିରୀମଙ୍ଗଳା ମନ୍ଦିର । ମୂଳାଷ୍ଟମୀରେ ମାଁ ଙ୍କ ଘଟ ସ୍ଥାପନ କରାଯାଇ ଆରମ୍ଭ ହୋଇଛି ମାଁ ଙ୍କ ଷୋଡ଼ଷ ଉପଚାର ପୂଜା । ଆଜି ଷୋଡ଼ଷ ଉପଚାର ପୂଜା ର ତୃତୀୟ ଦିନ । ଆଜି ମାଁ ଝାଞ୍ଜିରୀମଙ୍ଗଳା ଭକ୍ତ ମାନଙ୍କୁ ଭୁବନେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି । ମାଁଙ୍କ ଏହି ଭୁବନେଶ୍ଵରୀ ବେଶ ଦେଖିବା ଲାଗି ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି ।

ମା’ଙ୍କ ଦିବ୍ୟ ବେଶ ଓ ମନୋରମ ଶୃଙ୍ଗାର ଦର୍ଶନ କରିବା ପାଇଁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁମାନେ ଧାଡ଼ିରେ ରହି ମା’ଙ୍କ ଦର୍ଶନ କରିବା ସହ ନିଜ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛନ୍ତି ।  ଷୋଡ଼ଶ ଉପଚାର ପୂଜାକୁ ନେଇ ମନ୍ଦିର ପରିସରରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଛି । 

Leave a Reply

Your email address will not be published. Required fields are marked *