ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣା, ଡିଜିପିଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣା । ପୁଲିସ ଡିଜି ବିନୟତୋଷ ମିଶ୍ରଙ୍କ ନିକଟରେ ଫେରାଦ ହେଲେ ବିଜେଡି ବିଧାୟକ, ସାଂସଦ ଓ ପ୍ରତିନିଧି ମଣ୍ଡଳୀ ।

ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣା । ପୁଲିସ ଡିଜି ବିନୟତୋଷ ମିଶ୍ରଙ୍କ ନିକଟରେ ଫେରାଦ ହେଲେ ବିଜେଡି ବିଧାୟକ, ସାଂସଦ ଓ ପ୍ରତିନିଧି ମଣ୍ଡଳୀ । ଗତ ୪ ତାରିଖରେ ଯାଜପୁର ଜେନାପୁର ଥାନା ମଧୁପୁରଗଡା଼ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ସମୟରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ବିଜେପି କର୍ମୀଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ କରାଯାଇଥିଲା। ତାଙ୍କ ଗାଡ଼ିକୁ ଭାଙ୍ଗି ଦିଆଯାଇଥିଲା । ଏନେଇ ଯାଜପୁର ଏସ୍‌ପିଙ୍କ ଅଫିସ ଘେରାଉ କରିଥିଲା ବିଜେଡି । 

୪୮ ଘଣ୍ଟା ଭିତରେ ଅପରାଧୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏପର୍ୟ୍ୟନ୍ତ କୌଣସି ଆଖିଦୃଶିଆ କାର୍ୟ୍ୟାନୁଷ୍ଠାନ ହୋଇନି । ତେଣୁ ବିଜେଡିର ବିଧାୟକ, ସାଂସଦ ଓ କିଛି ପୂର୍ବତନ ବିଧାୟକ ଡିଜିପି କ୍ୟାମ୍ପ ଅଫିସରେ ପୋଲିସ ଡିଜି ବିନୟତୋଷ ମିଶ୍ରଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଘଟଣା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରମାଣ ଭିଡିଓ ଫୁଟେଜ ଓ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *