ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହେବ। ଉତ୍କଳ ବିଶ୍ବବିଦ୍ୟାଳୟର ୨ଟି ସଭାଗୃହରେ ଚଳିତ ମାସ ୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀକୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ଉଦ୍ଘାଟନ କରିଥିଲେ।
ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହେବ। ଉତ୍କଳ ବିଶ୍ବବିଦ୍ୟାଳୟର ୨ଟି ସଭାଗୃହରେ ଚଳିତ ମାସ ୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀକୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ଉଦ୍ଘାଟନ କରିଥିଲେ। ଏହି ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ, ପୃଥିବୀ ଉପରେ ଏହାର ପ୍ରଭାବ ଏବଂ ଏକ ସବୁଜ ତଥା ସୁରକ୍ଷିତ ପୃଥିବୀ ସଂପର୍କରେ ବିଭିନ୍ନ ଅଧିବେଶନ ମାଧ୍ୟମରେ ଆଲୋଚନା ହେଉଛି। ସମ୍ମିଳନୀରେ ପରିବେଶବିତ୍, ବୁଦ୍ଧିଜୀବୀ, ଶିକ୍ଷାବିତ୍, ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ସଂସ୍ଥାର ବ୍ୟକ୍ତି ବିଶେଷ ଯୋଗ ଦେଇଛନ୍ତି।

