ଛାତ୍ର ନିର୍ବାଚନକୁ ନେଇ ରମାଦେବୀ ବିଶ୍ୱବିଦ୍ୟାଳୟ ଚଳଚଞ୍ଚଳ, ମୁଖ୍ୟମନ୍ତ୍ରୀଙ୍କୁ ଏବିଭିପିର ଧନ୍ୟବାଦ

ବିଭିନ୍ନ କଲେଜ୍ ଓ ବିଶ୍ୱବିଦ୍ୟାଳୟରେ ଏବେଠାରୁ ଦେଖିବାକୁ ମିଳୁଛି ନିର୍ବାଚନୀ ଉତ୍ସାହ । ବିଶେଷ କରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି ଛାତ୍ର ରାଜନୀତିର ଜୋସ୍। ୮ ବର୍ଷ ପରେ ନିର୍ବାଚନ ହେବାକୁ ଯାଉଥିବାରୁ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।

ଦୀର୍ଘ ୮ ବର୍ଷ ପରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ। ଆଉ ନିର୍ବାଚନ ପୂର୍ବରୁ ଚଳଚଞ୍ଚଳ ହୋଇପଡ଼ିଛି କ୍ୟାମ୍ପସ୍ । ବିଭିନ୍ନ କଲେଜ୍ ଓ ବିଶ୍ୱବିଦ୍ୟାଳୟରେ ଏବେଠାରୁ ଦେଖିବାକୁ ମିଳୁଛି ନିର୍ବାଚନୀ ଉତ୍ସାହ । ବିଶେଷ କରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି ଛାତ୍ର ରାଜନୀତିର ଜୋସ୍। ୮ ବର୍ଷ ପରେ ନିର୍ବାଚନ ହେବାକୁ ଯାଉଥିବାରୁ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।

ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ଏବିଭିପି ଛାତ୍ର ସଂଗଠନ। ନିର୍ବାଚନ ଘୋଷଣା ପରେ କ୍ୟାମ୍ପସରେ ଛାତ୍ର ରାଜନୀତି ପୁଣି ସକ୍ରିୟ ହୋଇଥିବା ବେଳେ, ଆଗାମୀ ଦିନରେ କିଏ ମାରିବ ବାଜି, ତା’ ଉପରେ ରହିଛି ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *