ପୁରୀ ଚନ୍ଦନପୁର ଥାନା ଅଞ୍ଚଳର କାଳିଆକେରା ନଦୀବନ୍ଧରୁ ୨୨ରୁ ୨୫ ବର୍ଷୀୟ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରୁ ଟ୍ରଲି ବ୍ୟାଗ, ଚପଲ, ଇଲେକ୍ଟ୍ରି ତାର ଓ ଓଢ଼ଣୀ ମିଳିଛି। ହତ୍ୟା ପରେ ମୃତଦେହ ଫୋପାଡ଼ାଯାଇଥିବା ସନ୍ଦେହରେ ପୁଲିସ ତଦନ୍ତ ଜାରି ରଖିଛି।
କାଳିଆକେରା ନଦୀବନ୍ଧରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କୁ ହତ୍ୟା ପରେ ଏଠାରେ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପ୍ରମାଣ ଭାବେ କିଛି ଜିନିଷ ପତ୍ର ଠାବ କରାଯାଇଛି ।
ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ କାଳିଆକେରା ନଦୀବନ୍ଧରୁ ଏକ ଅଜଣା ମୃତଦେହ ଉଦ୍ଧାର କରାଯାଇଛି । ନଦୀବନ୍ଧରୁ ଉଦ୍ଧାର କରାଯାଇଥିବା ମୃତ ମହିଳାଙ୍କ ବୟସ ୨୨ରୁ ୨୫ ବର୍ଷ ମଧ୍ୟରେ ହୋଇଥିବାର ଅନୁମାନ କରାଯାଉଛି । ଘଟଣାସ୍ଥଳରୁ ଖାଲି ଟ୍ରଲି ବ୍ୟାଗ ଓ ଧଳା ରଙ୍ଗର ଚପଲ ମଧ୍ୟ ଉଦ୍ଧାର କରାଯାଇଛି । ଟ୍ରଲି ବ୍ୟାଗ ନିକଟରେ ଇଲେକ୍ଟ୍ରି ତାର ଓ ମହିଳାଙ୍କ ଓଢ଼ଣୀ ମିଳିଥିବା ସୂଚନା ଆସିଛି । ମହିଳାଙ୍କୁ ହତ୍ୟା ପରେ ଏଠାରେ ଫୋପାଡ଼ି ଦିଆଯାଇଥିବା ନେଇ ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ଘଟଣାସ୍ଥଳରେ ଚନ୍ଦନପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପାରିପାର୍ଶ୍ବିକ ସ୍ଥିତିକୁ ନେଇ ଅନୁସନ୍ଧାନ ଚଲାଇଛି ପୁଲିସ ।

