‘ଧୀରେ ଧୀରେ ସବୁ ନଦୀ  ଶୁଖି ଶୁଖି ଏବେ  ନାଳ ହେଇଗଲେଣି’ : ସୁଦର୍ଶନ ଦାସ

ଓଡ଼ିଶା ପରିବେଶ କଂଗ୍ରେସର ସଂପାଦକ ସୁଦର୍ଶନ ଦାସ ଏକ ସ୍ବତନ୍ତ୍ର ଅଧିବେଶନରେ କହିଛନ୍ତି, ଧୀରେ ଧୀରେ ସବୁ ନଦୀ ମରି ନାଳରେ ପରିଣତ ହୋଇସାରିଲାଣି। ଏହି ନଦୀଗୁଡ଼ିକରେ ଯେଉଁମାନେ ଗାଧୋଉଛନ୍ତି ଓ ପହରୁଛନ୍ତି, ସେହି ନଦୀଗୁଡ଼ିକ ନରହି ପାରେ ଏବଂ ମରିଯାଇପାରେ : ସୁଦର୍ଶନ ଦାସ

ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଶୁକ୍ରବାର ଠାରୁ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମ ଅରମ୍ଭ ହୋଇଯାଇଛି। ଦୈନିକ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ପରିଚାଳିତ ଏହି ସମାରୋହର ଦ୍ବିତୀୟ ଦିନରେ ଶନିବାର ଅନେକ ଗୁଡ଼ିଏ ଅଧିବେଶନରେ ବକ୍ତାମାନେ ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଆଲୋଚନା କରିଛନ୍ତି। ଏହି କ୍ରମରେ ଓଡ଼ିଶା ପରିବେଶ କଂଗ୍ରେସର ସଂପାଦକ ସୁଦର୍ଶନ ଦାସ ଏକ ସ୍ବତନ୍ତ୍ର ଅଧିବେଶନରେ କହିଛନ୍ତି, ଧୀରେ ଧୀରେ ସବୁ ନଦୀ ମରି ନାଳରେ ପରିଣତ ହୋଇସାରିଲାଣି। ଏହି ନଦୀଗୁଡ଼ିକରେ ଯେଉଁମାନେ ଗାଧୋଉଛନ୍ତି ଓ ପହରୁଛନ୍ତି, ସେହି ନଦୀଗୁଡ଼ିକ ନରହି ପାରେ ଏବଂ ମରିଯାଇପାରେ। ୨୦୦୦ ବର୍ଷ ପୂର୍ବେ ଗ୍ରୀକ୍ ଦାର୍ଶନିକମାନେ କହିଥିଲେ ଯେ, ଆପଣ ଗୋଟିଏ ନଦୀରେ ଦୁଇଥର ପାଦ ଦେଇପାରିବେ ନାହିଁ। ଯେଉଁଠି ପ୍ରବାହ ନାହିଁ ସେଇଠି ନଦୀ ନାହିଁ। 

ନଦୀ ବ୍ୟବସ୍ଥା ଉପରେ ସେ କହିଛନ୍ତି, ନଦୀର ୱାଟର ଟାୱାର୍ ହେଉଛି ଜଙ୍ଗଲ ଏବଂ ପାହାଡ଼। ମହାନଦୀ, ବୈତରଣୀ, ବ୍ରାହ୍ମଣୀ ପରି ସମସ୍ତ ନଦୀ ପାହାଡ଼ ଏବଂ ଜଙ୍ଗଲରୁ ଆସିଥାଏ। ଯଦି ପାହାଡ଼ ଏବଂ ଜଙ୍ଗଲ ନରହେ, ତେବେ ନଦୀ ରହିବ ନାହିଁ। ନଦୀର ଗୋଟିଏ ନିର୍ଦ୍ଦିଷ୍ଟ କ୍ଷମତା ରହିଥାଏ। କିନ୍ତୁ ସେହି କ୍ଷମତାଠାରୁ ଅଧିକ ବ୍ୟବହାର କଲେ ନଦୀର କ୍ଷମତା କମିଯାଇଥାଏ। ମହାନଦୀର ଉପରମୁଣ୍ଡରେ ଅର୍ଥାତ୍ ଛତିଶଗଡ଼ରେ ବହୁତଗୁଡ଼ିଏ ବ୍ୟାରେଜ୍, ବନ୍ଧ, ଓ ପ୍ରକଳ୍ପ ନିର୍ମାଣ କରାଯାଇଛି। ସେହି ସବୁ ସ୍ଥାନରୁ ପାଣି ଇଣ୍ଡଷ୍ଟ୍ରି, କୃଷି ଏବଂ ପିଇବା ପାଇଁ ବ୍ୟବହାର ହେଉଛି।

Leave a Reply

Your email address will not be published. Required fields are marked *