ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ : ସୁନା କିଣାରୁ ଦୂରେଇ ରୁହନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶବାସୀଙ୍କୁ ବିଦେଶ ଭ୍ରମଣ, ବିଦେଶରେ ବିବାହ ଉତ୍ସବ ଆୟୋଜନ ଏବଂ ଅନାବଶ୍ୟକ ସୁନା କିଣିବାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶବାସୀଙ୍କୁ ବିଦେଶ ଭ୍ରମଣ, ବିଦେଶରେ ବିବାହ ଉତ୍ସବ ଆୟୋଜନ ଏବଂ ଅନାବଶ୍ୟକ ସୁନା କିଣିବାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି । ଉଜବେକିସ୍ତାନ ଓ କିର୍ଗିଜସ୍ତାନ ଗସ୍ତ କ୍ରମରେ ବିସକେକରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ଯୋଗଦେବା ଅବସରରେ ଏକ ସେଲଫି-ଶୈଳୀ ଭିଡିଓ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀ ଏହି ନିବେଦନ କରିଛନ୍ତି । ଦେଶ ୭.୮ ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ହାସଲ କରିଥିବାରୁ ନାଗରିକଙ୍କୁ ଶୁଭେଚ୍ଛା ଜଣାଇବା ସହ ”ସ୍ୱଦେଶୀ” ଓ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱବ୍ୟାପୀ ଅସ୍ଥିରତା, ଯୁଦ୍ଧ ଓ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବା ସତ୍ତ୍ୱେ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଆଗେଇ ଚାଲିଛି। ଦେଶ ଭିତରେ କିଛି ନିରାଶାବାଦୀ ଲୋକ ” ମିଛର ପ୍ରତିଧ୍ୱନି” ସୃଷ୍ଟି କରୁଥିଲେ ବି ୧୪୦ କୋଟି ଭାରତୀୟଙ୍କ ପରିଶ୍ରମ ଓ ସଠିକ୍ ସରକାରୀ ନୀତି ଯୋଗୁଁ ଦେଶ ନୂଆ ଉଚ୍ଚତା ଛୁଉଁଛି। ୨୦୪୭ରେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ସୁଦ୍ଧା ଆଗାମୀ ପିଢ଼ିକୁ ଏକ ବିକଶିତ ଭାରତ ଭେଟି ଦେବା ପାଇଁ ସ୍ୱଦେଶୀ ସାମଗ୍ରୀର ବ୍ୟବହାର ଓ ସ୍ୱଦେଶୀ ଚିନ୍ତାଧାରାକୁ ଆପଣାଇବା ଜରୁରୀ ବୋଲି ସେ ଦୋହରାଇଛନ୍ତି।

Leave a Reply

Your email address will not be published. Required fields are marked *