ବିବାହ ପୂର୍ବରୁ ପ୍ରେମିକଙ୍କ ବିଶ୍ୱାସଘାତ , ଭାବୁକ କଲା ପାମେଲାଙ୍କ କାହାଣୀ

ରିଆଲିଟି ସୋ ‘ଲକ୍ ଅପ୍ ୨’ରେ ଦୁବାଇର ମଡେଲ ଓ ଉଦ୍ୟୋଗୀ ପାମେଲା ସେରେନା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଚକିତ କରିଦେବା ଖୁଲାସା କରିଛନ୍ତି । ସୋ’ରେ ସେ କହିଛନ୍ତି ଯେ, ଯାହାଙ୍କ ସହ ସେ ବିବାହ କରିବାକୁ ଯାଉଥିଲେ, ସେହି ପ୍ରେମିକଙ୍କ ଠାରୁ ସେ ବଡ଼ ଧୋକା ପାଇଥିଲେ ।

ରିଆଲିଟି ସୋ ‘ଲକ୍ ଅପ୍ ୨’ରେ ଦୁବାଇର ମଡେଲ ଓ ଉଦ୍ୟୋଗୀ ପାମେଲା ସେରେନା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଚକିତ କରିଦେବା ଖୁଲାସା କରିଛନ୍ତି । ସୋ’ରେ ସେ କହିଛନ୍ତି ଯେ, ଯାହାଙ୍କ ସହ ସେ ବିବାହ କରିବାକୁ ଯାଉଥିଲେ, ସେହି ପ୍ରେମିକଙ୍କ ଠାରୁ ସେ ବଡ଼ ଧୋକା ପାଇଥିଲେ । ତାଙ୍କର ଏହି କାହାଣୀ ଶୁଣି ଶୋ’ର ପ୍ରତିଯୋଗୀମାନେ ଭାବପ୍ରବଣ ହୋଇପଡ଼ିଥିଲେ । ପାମେଲା କହିଛନ୍ତି, ପ୍ରାୟ ଆଠ ବର୍ଷ ଧରି ସେ ଏକ ସମ୍ପର୍କରେ ଥିଲେ ଏବଂ ଉଭୟଙ୍କ ନିର୍ବନ୍ଧ ମଧ୍ୟ ସରିଯାଇଥିଲା । ବିବାହ ପ୍ରସ୍ତୁତି ଚାଲିଥିବା ବେଳେ ତାଙ୍କ ପ୍ରେମିକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେହି ସମୟରେ ପାମେଲା ଦିନରାତି ହସ୍ପିଟାଲରେ ରହି ତାଙ୍କର ସେବା କରୁଥିଲେ କିନ୍ତୁ ଘଟଣାରେ ସେତେବେଳେ ବଡ଼ ମୋଡ଼ ଆସିଥିଲା, ଯେତେବେଳେ ପ୍ରେମିକଙ୍କ ଫୋନକୁ ଜଣେ ଯୁବତୀଙ୍କ କଲ୍ ଆସିଥିଲା ।

ସେହି ଯୁବତୀ ନିଜକୁ ତାଙ୍କ ପ୍ରେମିକଙ୍କ ସାଥୀ ବୋଲି ପରିଚୟ ଦେବା ସହ କହିଥିଲେ ଯେ ସେ ତାଙ୍କ ସନ୍ତାନର ମା’ ହେବାକୁ ଯାଉଛନ୍ତି । ଏହି କଥା ଶୁଣି ପାମେଲାଙ୍କ ପାଦତଳୁ ମାଟି ଖସିଯାଇଥିଲା । ତଥାପି ପ୍ରେମିକ ସୁସ୍ଥ ହେବା ପର୍ଯ୍ୟନ୍ତ ସେ ତାଙ୍କର ଯତ୍ନ ନେଇଥିଲେ ଏବଂ ପରେ ସେହି ସମ୍ପର୍କକୁ ସବୁଦିନ ପାଇଁ ଶେଷ କରିଦେଇଥିଲେ । ପାମେଲା କହିଛନ୍ତି, ଏହି ଘଟଣା ତାଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥିଲା । ଏହା ପରେ ସେ ଆଉ କାହାକୁ ସହଜରେ ବିଶ୍ୱାସ କରିପାରିନଥିଲେ । ତାଙ୍କର ଏହି ଭାବପ୍ରବଣ ସ୍ୱୀକାରୋକ୍ତି ସୋସିଆଲ ମିଡିଆରେ ମଧ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଦର୍ଶକମାନେ ତାଙ୍କ ପ୍ରତି ସହାନୁଭୂତି ପ୍ରକାଶ କରୁଛନ୍ତି ।

Leave a Reply

Your email address will not be published. Required fields are marked *