ଡାଳିମ୍ବ ଖାଇବାକୁ ଅନେକଙ୍କର ପସନ୍ଦ । ଏଥିରେ ଭରପୂର ମାତ୍ରାରେ ଭିଟାମିନ୍, ମିନେରାଲ୍ ଓ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । କିନ୍ତୁ ଡାଳିମ୍ବର ଦର ବଢ଼ିଯାଇଥିବାରୁ ଏହା ସବୁବେଳେ ସମସ୍ତଙ୍କ ବଜେଟ୍ ଭିତରେ ରହୁନାହିଁ ।
ଡାଳିମ୍ବ ଖାଇବାକୁ ଅନେକଙ୍କର ପସନ୍ଦ । ଏଥିରେ ଭରପୂର ମାତ୍ରାରେ ଭିଟାମିନ୍, ମିନେରାଲ୍ ଓ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । କିନ୍ତୁ ଡାଳିମ୍ବର ଦର ବଢ଼ିଯାଇଥିବାରୁ ଏହା ସବୁବେଳେ ସମସ୍ତଙ୍କ ବଜେଟ୍ ଭିତରେ ରହୁନାହିଁ । ତେବେ ଡାଳିମ୍ବ ବଦଳରେ ଆପଣ ବିଟ୍ରୁଟ୍କୁ ଖାଦ୍ୟ ତାଲିକାରେ ସାମିଲ କରିପାରିବେ । ବିଟ୍ରୁଟ୍ ତୁଳନାମୂଳକ ଭାବେ ଶସ୍ତା ହୋଇଥିବା ବେଳେ ଏଥିରେ ମଧ୍ୟ ଅନେକ ପୋଷକତତ୍ତ୍ୱ ରହିଛି । ବିଟ୍ରୁଟ୍ରେ ନାଇଟ୍ରେଟ୍, ଫୋଲେଟ୍, ଫାଇବର୍ ଏବଂ ବିଭିନ୍ନ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ। ଏହାକୁ ସାଲାଡ୍, ତରକାରୀ କିମ୍ବା ଜୁସ୍ ଭାବେ ଖାଇପାରିବେ। ନିୟମିତ ଭାବେ ଖାଦ୍ୟରେ ବିଟ୍ରୁଟ୍ ସାମିଲ କରିବା ଶରୀର ପାଇଁ ଉପକାରୀ ହୋଇପାରେ ।
ବିଶେଷକରି ଏଥିରେ ଥିବା ନାଇଟ୍ରେଟ୍ ଶରୀରରେ ନାଇଟ୍ରିକ୍ ଅକ୍ସାଇଡ୍ ସ୍ତର ବଢ଼ାଇବାରେ ସହାୟକ ହୋଇପାରେ । ଏହା ରକ୍ତପ୍ରବାହ ଓ ଶାରୀରିକ କାର୍ଯ୍ୟକ୍ଷମତା ସହ ଜଡ଼ିତ । ତେବେ ଡାଳିମ୍ବ ଓ ବିଟ୍ରୁଟ୍ ଏକାଦମେ ସମାନ ନୁହେଁ। ଉଭୟର ପୋଷକତତ୍ତ୍ୱ ଓ ସ୍ୱାସ୍ଥ୍ୟ ଲାଭ ଭିନ୍ନ । ତେଣୁ ଡାଳିମ୍ବ ଦାମୀ ହୋଇଥିଲେ ବିଟ୍ରୁଟ୍ ଏକ ଭଲ ଓ ବଜେଟ୍-ଫ୍ରେଣ୍ଡଲି ବିକଳ୍ପ ହୋଇପାରେ । ଅର୍ଥାତ୍, ଅଧିକ ଟଙ୍କା ଖର୍ଚ୍ଚ ନକରି ନିଜ ଖାଦ୍ୟରେ ଏକ ପୋଷକସମୃଦ୍ଧ ଲାଲ୍ ପରିବା ସାମିଲ କରିବାକୁ ଚାହୁଁଥିଲେ ବିଟ୍ରୁଟ୍ ଉପରେ ନଜର ପକାଇପାରିବେ ।

