ଆସନ୍ତାକାଲି  ଅଗ୍ନି ନିରାପତ୍ତା ଏକ୍ସପୋ । ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଅଗ୍ନି ନିରାପତ୍ତା ପ୍ରଦର୍ଶନୀ । ଆସନ୍ତା ୯ ତାରିଖରେ ଙୠଊଜଇ ଫାୟାର ଗ୍ରାଉଣ୍ଡରେ ଏକ୍ସପୋ ଅନୁଷ୍ଠିତ ହେବ । ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ୬୦ରୁ ଅଧିକ ଉଦ୍ୟୋଗୀ ଓ ଅଗ୍ନି ନିରାପତ୍ତା କ୍ଷେତ୍ରର ସଂସ୍ଥା ସାମିଲ ହେବେ । ଜନସାଧାରଣଙ୍କୁ ଅଗ୍ନି ନିରାପତ୍ତା ନେଇ ସଚେତନ କରିବା ଏହି ଏକ୍ସପୋର ମୁଖ୍ୟ ଉଦ୍ଦେଶ୍ୟ ।

ପ୍ରଦର୍ଶନୀରେ ଆଧୁନିକ ଅଗ୍ନି ନିରାପତ୍ତା ଯନ୍ତ୍ରପାତି, ପ୍ରଯୁକ୍ତି ଓ ସୁରକ୍ଷା ବ୍ୟବସ୍ଥା ପ୍ରଦର୍ଶିତ ହେବ । ଏଥିସହ ଓଡ଼ିଶାର ଅଗ୍ନି ନିରାପତ୍ତା କ୍ଷେତ୍ରର ଦକ୍ଷତାକୁ ଦେଶବିଦେଶରେ ପହଞ୍ଚାଇବା ସହ ବାହାର ରାଜ୍ୟର ନୂଆ ଜ୍ଞାନକୌଶଳ ସମ୍ପର୍କରେ ମଧ୍ୟ ଲୋକେ ଜାଣିପାରିବେ । ଆଗାମୀ ଦିନରେ ଏକ୍ସପୋକୁ ବଡ଼ ଆକାରରେ ଆୟୋଜନ କରି ୩୦୦ରୁ ଅଧିକ ଉଦ୍ୟୋଗୀଙ୍କୁ ସାମିଲ କରିବାକୁ ସଂଘ ଲକ୍ଷ୍ୟ ରଖିଛି ।

MMDR ବିଲ୍‌କୁ ନେଇ ସରକାରଙ୍କୁ ଘେରିଲେ ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଖଣି ଓ ଖଣିଜ ସମ୍ପଦ ଉପରେ ନୂଆ ଆଇନକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ସେ ବିଭିନ୍ନ ତଥ୍ୟ ରଖିଛନ୍ତି । ନରସିଂହ ମିଶ୍ରଙ୍କ କହିବା ଅନୁସାରେ, ପୂର୍ବରୁ ଖଣିଜ ସମ୍ପଦ ଉପରେ ରାଜ୍ୟର ଟିକସ ଓ ରାଜସ୍ୱ ଅଧିକାରକୁ ନେଇ ଅନେକ ଆଇନଗତ ଲଢ଼େଇ ହୋଇଛି। ନିଜେ ଆଇନ ମନ୍ତ୍ରୀ ଥିବା ସମୟର ଘଟଣାକୁ ମଧ୍ୟ ସେ ଉଦାହରଣ ଭାବେ ରଖିଛନ୍ତି ।

ସେ କହିଛନ୍ତି, ପୂର୍ବରୁ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଖଣି ଓ ଖଣିଜ ସମ୍ପଦ ଉପରେ ରାଜ୍ୟର କିଛି ଅଧିକାର ସ୍ପଷ୍ଟ ହୋଇଥିଲା । ଏହା ଆଧାରରେ ଓଡ଼ିଶା ପ୍ରାୟ ୯୮ ହଜାର କୋଟି ଟଙ୍କାର ରାଜସ୍ୱ ପାଇବାର ଦାବି ରହିଥିବା ସେ କହିଛନ୍ତି । ତେବେ ନୂଆ MMDR ଆଇନ ଯୋଗୁଁ ଏହି ଅଧିକାର ଓ ବକେୟା ରାଜସ୍ୱ ଉପରେ ପ୍ରଭାବ ପଡ଼ିବ ବୋଲି ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । ତାଙ୍କ ଦାବି ଅନୁସାରେ, ନୂଆ ବ୍ୟବସ୍ଥାରେ ଖଣିଜ ସମ୍ପଦ ଉପରେ ଟିକସ ଆଦାୟରେ କେନ୍ଦ୍ରର ଭୂମିକା ବଢ଼ିବ ଏବଂ ପୂର୍ବରୁ ବକେୟା ଥିବା ଖଣିଜ ଟିକସ ମଧ୍ୟ ରାଜ୍ୟ ପାଇବାରେ ସମସ୍ୟା ହେବ ।

ଏହି ନୂଆ ଆଇନ ଓଡ଼ିଶାର ରାଜସ୍ୱ ଏବଂ ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାରକୁ କେତେ ପ୍ରଭାବିତ କରିବ, ସେନେଇ ଏବେ ରାଜନୈତିକ ତାତି ବଢ଼ିଛି । MMDR ଆଇନକୁ ନେଇ ବିରୋଧୀଙ୍କ ଅଭିଯୋଗ ରହିଥିବା ବେଳେ, ସରକାରୀ ପକ୍ଷରୁ ରାଜସ୍ୱ କ୍ଷତି ହେବ ନାହିଁ ବୋଲି ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *